Author: TRUPTIMAYEE SAHOO

“କୌଣସି ସ୍ୱପ୍ନ କିମ୍ବା ଲକ୍ଷ୍ୟ କେବଳ ପୁଅମାନଙ୍କ ପାଇଁ ସଂରକ୍ଷିତ ନୁହେଁ। ଯଦି ମନରେ ଦୃଢ଼ ଇଚ୍ଛାଶକ୍ତି ଏବଂ ପରିବାରର ସମର୍ଥନ ଥାଏ, ତେବେ ଝିଅମାନେ ଯେକୌଣସି କ୍ଷେତ୍ରରେ ଉଡ଼ାଣ ଭରି ଶୀର୍ଷରେ ପହଞ୍ଚିପାରିବେ।” ଏଭଳି ଏକ ଦୃଢ଼ ବାର୍ତ୍ତା ସହ ଓଡ଼ିଶାର ପଶ୍ଚିମାଞ୍ଚଳର କୃଷି ପ୍ରଧାନ ଜିଲ୍ଲା ବରଗଡ଼ ପାଇଁ ଏକ ବିରାଟ ଗୌରବ ଆଣି ଦେଇଛନ୍ତି ଯୁବତୀ ତନିଷା ଅଗ୍ରୱାଲ୍। କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ହାସଲ କରି ସେ ବରଗଡ଼ ଜିଲ୍ଲାର ପ୍ରଥମ ମହିଳା କମର୍ସିଆଲ୍ ପାଇଲଟ୍ ହେବାର ଐତିହାସିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପାରମ୍ପରିକ ଡାକ୍ତରୀ କିମ୍ବା ଇଞ୍ଜିନିୟରିଂ ବୃତ୍ତିକୁ ପଛରେ ପକାଇ ସେ ଆକାଶ ଛୁଇଁବାର ଅଭିଳାଷ ପୂରଣ କରିବା ସହ ଅଗ୍ରଣୀ ବିମାନ ସେବା ସଂସ୍ଥା ‘ଇଣ୍ଡିଗୋ’ ରେ ଯୋଗ ଦେଇଛନ୍ତି। କିପରି ଆରମ୍ଭ ହୋଇଥିଲା ପାଇଲଟ୍ ହେବାର ସ୍ୱପ୍ନ? ସ୍କୁଲ୍ ପାଠପଢ଼ା ଶେଷ କରିବା ପରେ ଯେତେବେଳେ ସାଥୀ ପିଲାମାନେ ସାଧାରଣ କଲେଜ୍…

Read More