Author: TRUPTIMAYEE SAHOO

ନୂତନ ଶିକ୍ଷାବର୍ଷ ଆରମ୍ଭ ବେଳେ ନୂଆ ଶ୍ରେଣୀ ଏବଂ ନୂଆ ପାଠ୍ୟପୁସ୍ତକକୁ ନେଇ କଅଁଳା ଛାତ୍ରଛାତ୍ରୀଙ୍କ ମନରେ ଯେଉଁ ଉତ୍ସାହ ଓ ଉଦ୍ଦୀପନା ଥିଲା, ତାହା ଏବେ ଗଭୀର ଚିନ୍ତାରେ ପରିଣତ ହୋଇଛି। ରାଜ୍ୟର ଅନେକ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଏବେ ଏକାସଙ୍ଗେ ପାଠ୍ୟପୁସ୍ତକ ସଙ୍କଟ, ବନ୍ୟାଜଳ ବିତ୍ପାତ ଏବଂ ଶିକ୍ଷକ ଅଭାବ ଭଳି ତ୍ରିମୁଖୀ ସମସ୍ୟାର ସମ୍ମୁଖୀନ ହୋଇ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ସ୍କୁଲ ଖୋଲିବାର ମାସ ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ତ ପିଲାଙ୍କ ହାତରେ ସରକାରୀ ବହି ପହଞ୍ଚି ପାରିନାହିଁ। ଏହା ସହିତ ନିକଟରେ ଆସିଥିବା ବନ୍ୟା ଏବଂ ପ୍ରମୁଖ ବିଷୟଗୁଡ଼ିକରେ ଶିକ୍ଷକ ନଥିବାରୁ ଆଗକୁ ଆସୁଥିବା ପରୀକ୍ଷା ପାଇଁ ପାଠ୍ୟକ୍ରମ କିପରି ଶେଷ ହେବ, ସେ ନେଇ ଅଭିଭାବକ ଓ ଶିକ୍ଷାବିତ୍‌ଙ୍କ ମଧ୍ୟରେ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି। ପାଠ୍ୟପୁସ୍ତକ ନପାଇ ସ୍ମାର୍ଟବୋର୍ଡ ଓ ମୋବାଇଲ୍ ଉପରେ ନିର୍ଭର ରାଜ୍ୟ ସରକାର ପ୍ରତ୍ୟେକ…

Read More