Author: TRUPTIMAYEE SAHOO

ଜୀବନର ୬୫ଟି ବସନ୍ତ ଅତିକ୍ରମ କରିବା ପରେ ସାଧାରଣତଃ ଲୋକେ ନିଜ ପରିବାର ଗହଣରେ ବିଶ୍ରାମ ନେବାକୁ ପସନ୍ଦ କରନ୍ତି। ମାତ୍ର ନିୟମଗିରି ପାହାଡ଼ କୋଳରେ ରହୁଥିବା ୬୫ ବର୍ଷୀୟା ସମାଜସେବୀ ଶାନ୍ତନୁ ମହାପାତ୍ର ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ। ନିଜ ସୁଖ, ସ୍ୱାଚ୍ଛନ୍ଦ୍ୟ ଏବଂ ସାଂସାରିକ ମୋହମାୟାକୁ ଜଳାଞ୍ଜଳି ଦେଇ ସେ ବିଗତ ପ୍ରାୟ ୨୮ ବର୍ଷ ଧରି ରାୟଗଡ଼ା ଜିଲ୍ଲାର ଦୁର୍ଗମ ଡଙ୍ଗରିଆ କନ୍ଧ ଜନଜାତିଙ୍କ ମଧ୍ୟରେ ଶିକ୍ଷାର ଆଲୋକ ବିତରଣ କରିଚାଲିଛନ୍ତି। କୌଣସି ପ୍ରଚାର କିମ୍ବା ପୁରସ୍କାରର ଲାଳସା ନରଖି ଘଞ୍ଚ ଜଙ୍ଗଲ ଓ ମୌଳିକ ସୁବିଧା ବିହୀନ ପାହାଡ଼ିଆ ଅଞ୍ଚଳରେ ରହି ସେ ଛୋଟ ପିଲାମାନଙ୍କୁ ଅକ୍ଷର ଶିଖାଇବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏକ ନିରବ ସଂଗ୍ରାମ ଜାରି ରଖିଛନ୍ତି। ୧୯୯୮ରୁ ଆରମ୍ଭ ହୋଇଥିଲା ଶିକ୍ଷାର ମିଶନ ଶାନ୍ତନୁ ମହାପାତ୍ରଙ୍କ ଏହି ଅସାଧାରଣ ସେବା ଯାତ୍ରା ୧୯୯୮ ମସିହାରୁ ଆରମ୍ଭ ହୋଇଥିଲା। ସେ…

Read More