Author: TRUPTIMAYEE SAHOO

ଯେଉଁ ପବିତ୍ର ଦିନରେ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନେ ଫୁଲ ଚନ୍ଦନ ଦେଇ ଗୁରୁପୂଜନ କରିବା କଥା, ସେହି ଦିନ ହିଁ ଶିକ୍ଷାଦାନ ଠପ୍ ହୋଇ ଶୂନ୍ୟ ପଡ଼ିରହିଲା ଶ୍ରେଣୀଗୃହ। ସେପ୍ଟେମ୍ବର ୫ ପବିତ୍ର ଗୁରୁ ଦିବସରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଏକ ଅତ୍ୟନ୍ତ କରୁଣ ତଥା ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ବର୍ଷ ବର୍ଷ ଧରି ସେବା ଯୋଗାଇ ଆସୁଥିଲେ ମଧ୍ୟ ସରକାରୀ ଅନୁଦାନ, ପେନ୍‌ସନ୍ ଏବଂ ନିୟମିତ ଚାକିରି ସୁବିଧାରୁ ବଞ୍ଚିତ ହଜାର ହଜାର ଶିକ୍ଷକ ଶ୍ରେଣୀଗୃହ ତ୍ୟାଗ କରି ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍‌ଜି ତଥା ମହାତ୍ମା ଗାନ୍ଧୀ ମାର୍ଗରେ ଧାରଣାରେ ବସିରହିଛନ୍ତି। ଅପରପକ୍ଷରେ, ଶିକ୍ଷକମାନଙ୍କୁ ସମ୍ମାନ ଜଣାଇବା ପାଇଁ ହାତରେ ଫୁଲତୋଡ଼ା ଓ ଉପହାର ଧରି ବିଦ୍ୟାଳୟରେ ପହଞ୍ଚିଥିବା କୋମଳମତି ଛାତ୍ରଛାତ୍ରୀମାନେ ଖାଲି ପଡ଼ିଥିବା ଶ୍ରେଣୀଗୃହ ଓ ତାଲା ଝୁଲୁଥିବା କାର୍ଯ୍ୟାଳୟ ଦେଖି ନିରାଶ ମନରେ ଘରକୁ ଫେରିଛନ୍ତି। କାହିଁକି ଆନ୍ଦୋଳନକୁ ଓହ୍ଲାଇଲେ ଶିକ୍ଷକ? ୨୧ ଦିନରେ ପହଞ୍ଚିଲା…

Read More