Author: TRUPTIMAYEE SAHOO

ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା। ଶରତ ଋତୁର ଆଗମନ ପୂର୍ବରୁ ରାଜ୍ୟର ଯମଜ ସହର କଟକ ଏବଂ ଭୁବନେଶ୍ୱରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ପ୍ରାୟ ୧୪୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ଅର୍ଥାତ୍ ୧୮୮୧ ମସିହାରୁ ଚାଲିଆସୁଥିବା ଐତିହାସିକ ପରମ୍ପରାକୁ ବଜାୟ ରଖି ଭାଇଚାରାର ସହର କଟକ ଓ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପୂଜା କମିଟି ପକ୍ଷରୁ ଚଳିତ ବର୍ଷର ଶାରଦୀୟ ଦୁର୍ଗାପୂଜା ପାଇଁ ବିଧିବଦ୍ଧ ଭାବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶୁଭ ଜନ୍ମାଷ୍ଟମୀ ତିଥିରେ ବିଧି ଅନୁଯାୟୀ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ପାଇଁ ‘ଖଡ଼ି ଛୁଆଁ’ ଓ ‘ମାଟି ଅନୁକୂଳ’ ପର୍ବ ସମ୍ପନ୍ନ ହେବା ପରେ କାରିଗରମାନେ ମା’ଙ୍କ ଆରାଧନା ସହ ପ୍ରତିମା ଗଠନ କାର୍ଯ୍ୟ ଆରମ୍ଭ କରିଛନ୍ତି। ୧୮୮୧ର ଐତିହ୍ୟ ଓ ମଙ୍ଗଳାବାଗ ପୂଜା କମିଟିର ଇତିହାସ କଟକ ସହରର ଶାରଦୀୟ ଦୁର୍ଗାପୂଜାର ଇତିହାସ ଅତ୍ୟନ୍ତ ପ୍ରାଚୀନ ଓ ବୈଭବଶାଳୀ। ଷୋଡ଼ଶ ଶତାବ୍ଦୀରେ ଶ୍ରୀଚୈତନ୍ୟ ଦେବଙ୍କ କଟକ…

Read More