Author: TRUPTIMAYEE SAHOO

ଦେଶବ୍ୟାପୀ ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଉଥିବା ବେଳେ ତାପଜ ବିଦ୍ୟୁତ୍ କେନ୍ଦ୍ର ଗୁଡ଼ିକରେ କୋଇଲାର ଘୋର ଅଭାବ ଦେଖାଦେଇଛି। କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ର ତଥ୍ୟ ଅନୁଯାୟୀ, ଦେଶର ପ୍ରମୁଖ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ତୁଳନାରେ ଅଧାରୁ କମ୍ କୋଇଲା ମହଜୁଦ ରହିଛି। ବର୍ତ୍ତମାନ ପାୱାର୍ ପ୍ଲାଣ୍ଟ୍‌ଗୁଡ଼ିକରେ ଥିବା କୋଇଲା ସାହାଯ୍ୟରେ ସର୍ବାଧିକ ମାତ୍ର ୯ ଦିନ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ ସମ୍ଭବ ହୋଇପାରିବ। ଏହି ପରିସ୍ଥିତିକୁ ନେଇ କେନ୍ଦ୍ର ବିଦ୍ୟୁତ୍ ମନ୍ତ୍ରଣାଳୟ ଓ କୋଇଲା ମନ୍ତ୍ରଣାଳୟ ମଧ୍ୟରେ ଉଚ୍ଚସ୍ତରୀୟ ତତ୍ପରତା ପ୍ରକାଶ ପାଇଛି। କେତେ ରହିଛି କୋଇଲା? ଜାଣନ୍ତୁ ସାଂଘାତିକ ପରିସଂଖ୍ୟାନ ସିଇଏ ରିପୋର୍ଟ ଅନୁସାରେ, ଦେଶରେ ପ୍ରାୟ ୨୨୪ ଗିଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ୍ ପ୍ରକଳ୍ପ ରହିଛି: ମାତ୍ର ୪୮% କୋଇଲା ଉପଲବ୍ଧ : ନିୟମ ଅନୁଯାୟୀ ଏହି ପ୍ଲାଣ୍ଟ୍‌ଗୁଡ଼ିକରେ ଅତିକମରେ ୫୮.୭ ନିୟୁତ ଟନ୍ କୋଇଲା ମହଜୁଦ ରହିବା ଆବଶ୍ୟକ। କିନ୍ତୁ…

Read More