Author: TRUPTIMAYEE SAHOO

ସ୍ମାର୍ଟସିଟି ଭୁବନେଶ୍ୱରର ଉତ୍ତରାଞ୍ଚଳ ତଥା ଆଇଟି ଏବଂ ଶିକ୍ଷା ହବ୍ ଭାବେ ପରିଚିତ ଚନ୍ଦ୍ରଶେଖରପୁର-ପଟିଆ କରିଡର୍‌ରେ ଟ୍ରାଫିକ୍ ସମସ୍ୟା ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷ କରି ଦାମଣା ଛକରୁ ଶୈଳଶ୍ରୀ ବିହାର ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିତିଦିନିଆ ଯାତ୍ରୀଙ୍କ ପାଇଁ ଏକ ‘ଟ୍ରାଫିକ୍ ନାଇଟ୍‌ମେୟାର୍’ ବା ନର୍କଯନ୍ତ୍ରଣାରେ ପରିଣତ ହୋଇଛି। ଦୈନନ୍ଦିନ ପିକ୍ ଆୱାର୍ ଅର୍ଥାତ୍ ସକାଳ ୮ଟାରୁ ୧୧ଟା ଏବଂ ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ୁଛି। ଆମ୍ବୁଲାନ୍ସ, ସ୍କୁଲ ବସ୍, କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି କର୍ପୋରେଟ୍ କର୍ମଚାରୀମାନେ ଅଧ ଘଣ୍ଟାରୁ ଏକ ଘଣ୍ଟା ଧରି ରାସ୍ତାରେ ଫସି ରହୁଥିବା ଦେଖିବାକୁ ମିଳୁଛି। କମିଶନରେଟ୍ ପୋଲିସ ଓ ନଗର ନିଗମ ପକ୍ଷରୁ ସମାଧାନର ବାରମ୍ବାର ପ୍ରତିଶ୍ରୁତି ମିଳୁଥିଲେ ହେଁ ତୃଣମୂଳ ସ୍ତରରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। କାହିଁକି ସୃଷ୍ଟି ହେଉଛି ଭୟଙ୍କର ଟ୍ରାଫିକ୍…

Read More