Author: TRUPTIMAYEE SAHOO

ପ୍ରତିବର୍ଷ ସେପ୍ଟେମ୍ବର ୭ ତାରିଖ ଆସିଲେ ପଡ଼ୋଶୀ ପାକିସ୍ତାନରେ ଏକ ଅଜବ ଉତ୍ସାହ ଦେଖିବାକୁ ମିଳେ। ଇସ୍ଲାମାବାଦ୍‌ର ଶାସକମାନେ ଛାତି ଫୁଲାଇ ଭାଷଣ ଦିଅନ୍ତି, ସେମାନଙ୍କର ତଥାକଥିତ ବିଜୟର କାହାଣୀ ବଖାଣନ୍ତି ଏବଂ ‘ପାକିସ୍ତାନ ଏୟାରଫୋର୍ସ ଡେ’ ବା ବାୟୁସେନା ଦିବସ ପାଳନ କରନ୍ତି। ଚଳିତ ବର୍ଷ ମଧ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ନିଜ ବାୟୁସେନାର ପ୍ରଶଂସାରେ ଶତମୁଖ ହୋଇଛନ୍ତି। ସେ କହିଛନ୍ତି ଯେ ପାକ୍ ବାୟୁସେନାର ବଳିଦାନ ଓ ଦକ୍ଷତା ଅତୁଳନୀୟ। କିନ୍ତୁ ପ୍ରଶ୍ନ ଉଠୁଛି— କେବଳ ଭାଷଣ ଦେଇଦେଲେ କ’ଣ ବାସ୍ତବତା ବଦଳିଯାଏ? ମାଇକ୍ ଆଗରେ ଡିଙ୍ଗା ମାରିଦେଲେ କ’ଣ ଆକାଶରେ ଆଧିପତ୍ୟ ଜମାଇ ହୁଏ? ଆଜି ଆମେ ଭାବପ୍ରବଣତାରୁ ଦୂରରେ ରହି କେବଳ ତଥ୍ୟ, ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ରଣନୀତି ଉପରେ ନଜର ପକାଇବା। ଗ୍ଲୋବାଲ୍ ମିଲିଟାରୀ ଆନାଲିସିସ୍‌ର ସଦ୍ୟତମ ତଥ୍ୟ ଅନୁଯାୟୀ, ଭାରତୀୟ ବାୟୁସେନା (Indian Air Force) ବିଶ୍ୱର ଚତୁର୍ଥ ସବୁଠାରୁ…

Read More