Author: TRUPTIMAYEE SAHOO

ଆପଣ କେବେ ଏମିତି ଏକ ରାଜନୈତିକ ଦଳ ବିଷୟରେ ଶୁଣିଛନ୍ତି— ଯାହାର ନାଁ କେହି ଜାଣନ୍ତି ନାହିଁ, ଯାହାର କୌଣସି ପୋଷ୍ଟର କିମ୍ବା ବ୍ୟାନର ରାସ୍ତାରେ ଦେଖିବାକୁ ମିଳେନି, ଦେଶର ଲୋକସଭା ନିର୍ବାଚନରେ ସେହି ଦଳ ମାତ୍ର ଗୋଟିଏ ପ୍ରାର୍ଥୀ ଛିଡ଼ା କରାଏ, ଅଥଚ ତା’ ବ୍ୟାଙ୍କ ଖାତାକୁ ବର୍ଷକରେ ଚାନ୍ଦା ଆକାରରେ ଆସେ ୩୩୦ କୋଟି ଟଙ୍କା! ଗୁଜରାଟରେ ପଞ୍ଜୀକୃତ ହୋଇଥିବା କିନ୍ତୁ ଅଣ-ସ୍ୱୀକୃତିପ୍ରାପ୍ତ ଏଭଳି ୬ଟି ଛୋଟ ଛୋଟ ରାଜନୈତିକ ଦଳକୁ କେବଳ ଗୋଟିଏ ଆର୍ଥିକ ବର୍ଷରେ ୧,୫୦୦ କୋଟି ଟଙ୍କାରୁ ଅଧିକ ଚାନ୍ଦା ମିଳିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ୬ଟି ଅଜ୍ଞାତ ଦଳକୁ ମିଳିଥିବା ମୋଟ ଚାନ୍ଦା ପରିମାଣ— ବିଜେପିକୁ ଛାଡ଼ି ଦେଶର ବାକି ସମସ୍ତ ଜାତୀୟ ଦଳକୁ ମିଳିଥିବା ମିଳିତ ଚାନ୍ଦାଠାରୁ ମଧ୍ୟ ଅଧିକ! ପ୍ରଶ୍ନ ଉଠୁଛି— ଯେଉଁ ଦଳଗୁଡ଼ିକ ୨୦୨୪ ଲୋକସଭା ନିର୍ବାଚନରେ ସମସ୍ତେ ମିଶି ମାତ୍ର ୧୫ ଜଣ ପ୍ରାର୍ଥୀ…

Read More