Author: TRUPTIMAYEE SAHOO

କ୍ଷମତା ମଣିଷକୁ ଅନ୍ଧ କରିଦିଏ ବୋଲି ଗୋଟିଏ ପୁରୁଣା କଥା ଅଛି। କିନ୍ତୁ କ୍ଷମତା ପାଇବାର ଏତେ କମ୍ ସମୟ ଭିତରେ ଗୋଟିଏ ରାଜନୈତିକ ଦଳ ଭିତରେ ଥିବା ସବୁ ଅନୁଶାସନ ଏମିତି ତାସ୍ ଘର ଭଳି ଭାଙ୍ଗି ପଡ଼ିବ—ଏହା ହୁଏତ ଓଡ଼ିଶାର ସଚେତନ ମତଦାତା କେବେ କଳ୍ପନା କରିନଥିଲେ। ଦୀର୍ଘ ଦୁଇ ଦଶନ୍ଧି ଧରି ଯେଉଁ ବିଜେପି ରାଜ୍ୟରେ ଶୃଙ୍ଖଳା, ନୀତି, ସଂଘୀୟ ଆଦର୍ଶ ଆଉ ଦଳୀୟ ଅନୁଶାସନର ଡିଣ୍ଡିମ ପିଟୁଥିଲା, ଆଜି ସେହି ବିଜେପିର ପ୍ରକୃତ ଚେହେରା ସାମ୍ନାକୁ ଆସିଛି। ରାଜ୍ୟ ବିଜେପିର ଦୁଇ ଦିନିଆ ବହୁଚର୍ଚ୍ଚିତ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। କେନ୍ଦ୍ରୀୟ ସଂଗଠନ ସମ୍ପାଦକ ବି.ଏଲ. ସନ୍ତୋଷ ଆସିଲେ, କେନ୍ଦ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ପହଞ୍ଚିଲେ। ମନ୍ତ୍ରୀ, ବିଧାୟକ, ସାଂସଦ ଓ କାର୍ଯ୍ୟକର୍ତ୍ତାଙ୍କୁ ଏକାଠି ବସାଇ ବିଜୟର ମନ୍ତ୍ର ଶିଖାଇବାକୁ ଚେଷ୍ଟା କଲେ। କିନ୍ତୁ ଫଳାଫଳ କ’ଣ ହେଲା? ଗତ ୧ ତାରିଖରେ ଆମେ…

Read More