Author: TRUPTIMAYEE SAHOO

କିଛି ଲୋକ ବାରମ୍ବାର ପରିସ୍ରା ଆସିବାକୁ ନେଇ ଦୀର୍ଘ ସମୟ ଧରି ଚିନ୍ତାରେ ରହୁଛନ୍ତି। ଡାକ୍ତରୀ ଯାଞ୍ଚରେ ନା ଡାଇବେଟିସ, ନା ୟୁରିନ ଇନଫେକ୍ସନର କୌଣସି ସ୍ପଷ୍ଟ ସଙ୍କେତ ମିଳୁନାହିଁ। ଏପରି ସ୍ଥିତିରେ ଅନେକେ ହତାଶ ହୋଇଯାଆନ୍ତି। କିନ୍ତୁ ବିଶେଷଜ୍ଞମାନେ କହୁଛନ୍ତି, ଏହାର ପଛରେ ଓଭରଆକ୍ଟିଭ ବ୍ଲାଡର ସିଣ୍ଡ୍ରୋମ (Overactive Bladder Syndrome – OAB) ଏକ ମୁଖ୍ୟ କାରଣ ହୋଇପାରେ। ସାଧାରଣତଃ ବ୍ଲାଡର ପରିସ୍ରାରେ ପୂର୍ଣ୍ଣ ହେବା ପରେ ମସ୍ତିଷ୍କକୁ ସଙ୍କେତ ପଠାଏ। କିନ୍ତୁ ଓଭରଆକ୍ଟିଭ ବ୍ଲାଡରରେ, ଅଳ୍ପ ପରିମାଣର ପରିସ୍ରା ଭରିଲେ ମଧ୍ୟ ବ୍ଲାଡର ବାରମ୍ବାର ବ୍ରେନକୁ ସିଗନାଲ ପଠାଇଥାଏ। ଫଳରେ ବ୍ୟକ୍ତିକୁ ଘନଘନ ପରିସ୍ରା ଆସିବାର ଅନୁଭବ ହୁଏ। ଏହି ସମସ୍ୟା ପୁରୁଷ ଓ ମହିଳା – ଉଭୟଙ୍କ ଠାରେ ଦେଖାଯାଇପାରେ। ବୟସ ବଢ଼ିବା ସହିତ ଏହାର ସମ୍ଭାବନା ମଧ୍ୟ ବଢ଼ିଯାଏ। ବିଶେଷକରି ମହିଳାଙ୍କ ମଧ୍ୟରେ ହର୍ମୋନାଲ ପରିବର୍ତ୍ତନ ହେତୁ ଏହି ସମସ୍ୟା ଅଧିକ ଦେଖାଯାଏ। ଡାକ୍ତରମାନଙ୍କ…

Read More