Author: TRUPTIMAYEE SAHOO

ରାଜନୀତିରେ ନିରବତା ଅନେକ ସମୟରେ ଶବ୍ଦଠାରୁ ବେଶି ଗଭୀର ଅର୍ଥ ବହନ କରେ। ବିଶେଷକରି ବିଜୁ ଜନତା ଦଳ ଭଳି ଏକ ଦଳରେ- ଯେଉଁଠି ଗୋଟିଏ ମାତ୍ର ନେତୃତ୍ୱ ଦୀର୍ଘ ତିନି ଦଶନ୍ଧି ଧରି ସବୁ ରାଜନୀତିକ ଧାରାକୁ ନିୟନ୍ତ୍ରଣ କରିଆସିଛି- ସେଠାରେ ‘ଉତ୍ତରାଧିକାରୀ’ ଶବ୍ଦ ଉଚ୍ଚାରିତ ହେବା ମାତ୍ରେ ଏକ ରାଜନୀତିକ ଘଟଣା ହୋଇଯାଏ। ଦୀର୍ଘ ସମୟ ଧରି ଦଳ ଭିତରେ ଏହି ପ୍ରସଙ୍ଗକୁ ନେଇ ଏକ ପ୍ରକାର ଅଲିଖିତ ନିଷେଧାଜ୍ଞା ଚାଲିଆସୁଥିଲା। କିନ୍ତୁ ହଠାତ୍‍ କରି ପଶ୍ଚିମ ଓଡ଼ିଶାରୁ ଆସିଥିବା ଏକ ଖୋଲା ବୟାନ ସେହି ନିରବତାକୁ ଭାଙ୍ଗିଦେଇଛି ଏବଂ ସେଥିସହିତ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ମଧ୍ୟ। ଏହି ପ୍ରସଙ୍ଗକୁ ସାଧାରଣ ରାଜନୀତିକ ଆଲୋଚନାଠାରୁ ଅଲଗା କରିଦେଉଛି ଏବଂ ଏହାକୁ ଏକ ଗମ୍ଭୀର ରାଜନୀତିକ ସନ୍ଦେହର ରୂପ ଦେଉଛି। ଉପକୂଳ ଓଡ଼ିଶାର ବିଜେଡି ନେତାମାନଙ୍କୁ ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାର ନେତାମାନେ ଚ୍ୟାଲେଞ୍ଜ ଦେଇଛନ୍ତି। ସେମାନେ ଆଉ…

Read More