Author: TRUPTIMAYEE SAHOO

ପ୍ରତିଦିନ ସକାଳେ ଖବରକାଗଜ ଖୋଲିଲେ କିମ୍ବା ସନ୍ଧ୍ୟାରେ ଟେଲିଭିଜନ ଅନ କଲେ ଗୋଟିଏ ଦୃଶ୍ୟ ପ୍ରାୟ ନିୟମିତ ଭାବେ ଦେଖିବାକୁ ମିଳୁଛି- ଭିଜିଲାନ୍ସ ବିଭାଗର ଚଢ଼ଉ, ସରକାରୀ କର୍ମଚାରୀଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ, ଆଲମାରୀ, ଶଯ୍ୟା, ବାଥରୁମ୍‌, କେବେ କେବେ ରୋସେଇଘରରୁ ମଧ୍ୟ ନୋଟ୍‌ର ବିଡ଼ା ମିଳୁଛି। ଏହି ଖବର ଏବେ ଆଉ ଆଶ୍ଚର୍ଯ୍ୟ କରୁନାହିଁ, ବରଂ ଏକ ଭୟଙ୍କର ସାଧାରଣ ଘଟଣାର ରୂପ ନେଇଛି। ଗତ ୨୫ ବର୍ଷ ଧରି ରାଜ୍ୟରେ ଯେଉଁ ‘ଅଫିସର ରାଜ’ ଚାଲିଆସୁଥିଲା, ଏହି ସମସ୍ତ ଭିଜିଲାନ୍ସ ଚଢ଼ଉକୁ ତାହାର କୁପରିଣାମ ବୋଲି ଅନେକ ସମୟରେ କୁହାଯାଏ। ସରକାର ବଦଳିଲା, ମୁଖ୍ୟମନ୍ତ୍ରୀ ବଦଳିଲେ, ସ୍ଲୋଗାନ ବଦଳିଲା-କିନ୍ତୁ ପ୍ରଶାସନିକ ଶକ୍ତିର କେନ୍ଦ୍ରବିନ୍ଦୁ ଯେଉଁଠି ଥିଲା, ସେଠି ଏବେ ବି ଅଫିସରମାନେ ହିଁ ସର୍ବଶକ୍ତିମାନ। ଅଧିକ ଆଶ୍ଚର୍ଯ୍ୟର କଥା ହେଉଛି- ଏହି ଅଭିଯୋଗ ଏବେ କେବଳ ବିରୋଧୀ ଦଳ କରୁନାହାନ୍ତି, ଖୋଦ୍‍ ଶାସକ…

Read More