Author: TRUPTIMAYEE SAHOO

ଦକ୍ଷିଣ କୋରିଆନ୍ ବଡ଼ ଟେକ୍ କମ୍ପାନୀ Samsung ଭାରତରେ ତାଙ୍କର ନୂତନ Galaxy A07 5G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ। ଏହି ଫୋନ୍ ଖୁବ୍ ଶୀଘ୍ର ଭାରତରେ ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି। Samsung ଫେବୃଆରୀ ମାସରେ ଫୋନର ପ୍ରାଇସ୍ ରିଭିଲ କରିବ। ଗତ ବର୍ଷ ଅକ୍ଟୋବରରେ Samsung Galaxy A07 4G ଭର୍ସନ୍ ଭାରତରେ ଲଞ୍ଚ କରିଥିଲେ। ଏହି 5G ଭର୍ସନ୍ ସେହି ଫୋନର ଅପଡେଟ୍ ଭର୍ସନ୍ ଭାବେ ଆସିଛି, ଯାହାରେ ବଢ଼ିଆ ଫିଚର୍ସ ଓ ପ୍ରଦର୍ଶନ ସହିତ ଉପଭୋକ୍ତାଙ୍କୁ ଆକର୍ଷିତ କରିବ। ଫୋନର ମୁଖ୍ୟ ବିଶେଷତାରେ ଥାଏ: 6000mAh ବ୍ୟାଟେରୀ – ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାର୍ଜ ଧରିପାରିବ। 50MP ମେନ୍ କ୍ୟାମେରା + 2MP ଡେପ୍ଥ୍ କ୍ୟାମେରା, ଡୁଆଲ୍ କ୍ୟାମେରା ସେଟଅପ୍। ସେଲଫି ଏବଂ ଭିଡିଓ କଲିଂ ପାଇଁ 8MP ଫ୍ରଣ୍ଟ କ୍ୟାମେରା। 6.7 ଇଞ୍ଚ HD+ ଡିସପ୍ଲେ, 120Hz ରିଫ୍ରେସ୍ ରେଟ୍…

Read More