Author: TRUPTIMAYEE SAHOO

ଟେଲିଭିଜନ ଏବଂ ଚଳଚ୍ଚିତ୍ର ଜଗତରେ ନିଜର ଦମଦାର ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଥିବା ଲୋକପ୍ରିୟ ଅଭିନେତ୍ରୀ ମୋନା ସିଂହ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛନ୍ତି। ଦୀର୍ଘ ସମୟ ପରେ ସେ ଚଳଚ୍ଚିତ୍ର “ବର୍ଡର ୨” ମାଧ୍ୟମରେ ଏକ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦର୍ଶକଙ୍କ ସମ୍ମୁଖରେ ଫେରିଛନ୍ତି। ତାଙ୍କ ଅଭିନୟ ପାଇଁ ବର୍ତ୍ତମାନ ସେ ପ୍ରଶଂସା ସାଉଁଟୁଛନ୍ତି। ତେବେ କେବଳ ପେଶାଗତ ଜୀବନ ନୁହେଁ ବରଂ ମୋନା ସିଂହଙ୍କ ବ୍ୟକ୍ତିଗତ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ସମ୍ପ୍ରତି ଖୁବ୍ ଆଲୋଚନାରେ ରହିଛି । ଏକ ସାକ୍ଷାତକାରରେ ମୋନା ସିଂହ ଖୋଲାମେଲା ଭାବେ କହିଥିଲେ ଯେ, ଗୋଟିଏ ସମୟରେ ସେ ଅଭିନୟ ଜଗତରୁ ବ୍ରେକ୍ ନେବାକୁ ନିଷ୍ପତ୍ତି ନେଇଥିଲେ। ଏହି ବ୍ରେକ୍ ନେବାର କାରଣ ଥିଲା ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ମୋନା କହିଥିଲେ ଯେ, ଏହି ବ୍ରେକ୍ ତାଙ୍କୁ ନିଜ ଇଚ୍ଛା ଅନୁଯାୟୀ ଜୀବନର ନିଷ୍ପତ୍ତି ନେବାର ସ୍ୱାଧୀନତା ଦେଇଥିଲା। କୌଣସି…

Read More