Author: TRUPTIMAYEE SAHOO

ଓଡ଼ିଶାର ସଇଁତଳା ଥାନା ଅନ୍ତର୍ଗତ ଧରପଗଡ଼ ଗାଁରେ ଏକ ହୃଦୟବିଦାରକ ଓ ଚିନ୍ତାଜନକ ଘଟଣା ସମ୍ମୁଖକୁ ଆସିଛି। ଗାଁର ଏକ ଅଳିଆ ଗଦାରୁ ଜଣେ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ଏହି ଘଟଣା ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଆଶ୍ଚର୍ଯ୍ୟ ସହ ଦୁଃଖ ଓ କ୍ଷୋଭ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଧରପଗଡ଼ ଗାଁର କିଛି ସ୍ଥାନୀୟ ଲୋକେ ସକାଳ ବେଳେ ଗାଁର ଏକ ଅଳିଆ ଗଦା ପାଖରୁ ଯାଉଥିବା ସମୟରେ ଶିଶୁର କାନ୍ଦ ଶୁଣିଥିଲେ । ନିକଟକୁ ଯାଇ ଦେଖିବା ପରେ ଅଳିଆ ମଧ୍ୟରେ ଜଣେ ନବଜାତ ଶିଶୁ କନ୍ୟା ପଡ଼ିଥିବା ଦେଖି ସେମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଶିଶୁଟି ଜୀବିତ ଥିବା ଦେଖି ସ୍ଥାନୀୟ ଲୋକେ  ମାନବିକତାର ପରିଚୟ ଦେଇ ତାକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ନବଜାତ ଶିଶୁକୁ ତୁରନ୍ତ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀଙ୍କ ନିକଟକୁ ନିଆଯାଇଥିଲା । ଶିଶୁର ସ୍ୱାସ୍ଥ୍ୟ ଅବସ୍ଥାକୁ ନଜରରେ…

Read More