Author: TRUPTIMAYEE SAHOO

ଦେଶର ସମସ୍ତ ନଜର ଏବେ ଆସନ୍ତାକାଲି ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ର ବଜେଟ ଉପରେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ । ଏହା ତାଙ୍କର କ୍ରମାଗତ ନବମ ବଜେଟ ହେବ ଯାହା ଦେଶର ଅର୍ଥନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଭାବେ ଦେଖାଯାଉଛି ।ଦେଶର ଅର୍ଥନୀତିକୁ ଅଧିକ ଶକ୍ତିଶାଳୀ କରିବା, ମଧ୍ୟବର୍ଗ ଓ ବେତନଭୋଗୀଙ୍କ ଉପରୁ ଆର୍ଥିକ ଚାପ କମାଇବା ଏବଂ ନିବେଶକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେବାର ଆଶା କରାଯାଉଛି। ବେତନଭୋଗୀଙ୍କ ପାଇଁ ଆୟକର ରିହାତିର ଆଶା ଏଥର ବଜେଟରେ ବେତନଭୋଗୀ ବର୍ଗ ପାଇଁ ଆୟକର ରିହାତି ମୁଖ୍ୟ ଆକର୍ଷଣ ହୋଇପାରେ । ବର୍ତ୍ତମାନ ନୂଆ ଆୟକର ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୭୫ ହଜାର ଟଙ୍କା ରହିଛି। କିନ୍ତୁ ବଜେଟରେ ଏହାକୁ ବଢ଼ାଇ ୧ ଲକ୍ଷ ଟଙ୍କା କରାଯାଇପାରେ ବୋଲି…

Read More