Author: TRUPTIMAYEE SAHOO

ମହାରାଷ୍ଟ୍ର ରାଜନୀତିରେ ଆଜି ଏକ ଐତିହାସିକ ଦିନ । ସ୍ୱର୍ଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ଆଜି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଆଜି ସନ୍ଧ୍ୟା ୫ଟାରେ ମୁମ୍ବାଇର ରାଜଭବନରେ ଏହି ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏହା ସହିତ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଇତିହାସ ଗଢ଼ିବେ। ଗତ ୨୮ ଜାନୁଆରୀରେ ଘଟିଥିବା ଏକ ଦୁଃଖଦ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିଲା। ଏହି ଅପ୍ରତ୍ୟାଶିତ ଦୁଃଖଦ ଘଟଣା ରାଜ୍ୟର ରାଜନୀତିକୁ ଗଭୀର ଭାବେ ଆଘାତ କରିଥିଲା। ଅଜିତ ପାୱାରଙ୍କ ପରଲୋକ ପରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (NCP) ମଧ୍ୟରେ ଯେଉଁ ନେତୃତ୍ୱ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା, ତାହା ପୂରଣ କରିବା ପାଇଁ ଦଳ ଏବଂ ପାୱାର ପରିବାର ଏକମତ ହୋଇ ସୁନେତ୍ରା ପାୱାରଙ୍କ ନାମରେ ସହମତି ପ୍ରକାଶ କରିଛନ୍ତି। NCP ବିଧାୟକ ଦଳର…

Read More