Author: TRUPTIMAYEE SAHOO

ୟୁକ୍ରେନ–ଋଷ ଯୁଦ୍ଧ ମଧ୍ୟରେ ରୁଷିଆ ପୁଣିଥରେ ଭୟାବହ ଆକ୍ରମଣ କରିଛି। ରାଜଧାନୀ କିଭ୍ ସହିତ ଡିନିପ୍ରୋ ସହର ଉପରେ ରୁଷିଆ ଡ୍ରୋନ୍ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଡିନିପ୍ରୋ ଅଞ୍ଚଳରେ ଘଟିଥିବା ଏହି ଆକ୍ରମଣରେ ଏକ ବସ୍ କୁ ଲକ୍ଷ୍ୟ କରାଯାଇଥିଲା, ଯାହାରେ ଯାଉଥିଲେ ଖଣି ଶ୍ରମିକମାନେ। ସୂଚନା ଅନୁଯାୟୀ, ଏହି ଡ୍ରୋନ୍ ଆକ୍ରମଣରେ ୧୫ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣ ପରେ ବସ୍‌ଟିରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବିଭାଗ ତତ୍କାଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ୟୁକ୍ରେନର ବଡ଼ ଘରୋଇ ଶକ୍ତି କମ୍ପାନୀ DTEK ସ୍ପଷ୍ଟ କରିଛି ଯେ ଆକ୍ରମଣରେ ଶିକାର ହୋଇଥିବା ବସ୍‌ଟି ସେମାନଙ୍କର ଥିଲା। କମ୍ପାନୀ କହିଛି, ଡିନିପ୍ରୋପେଟ୍ରୋଭସ୍କ ଅଞ୍ଚଳରେ ଥିବା DTEKର ଖଣି କ୍ଷେତ୍ରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି। ଶ୍ରମିକମାନେ କାର୍ଯ୍ୟ ସମାପ୍ତ କରି ଖଣି…

Read More