Author: TRUPTIMAYEE SAHOO

ଗାଡ଼ି ଚଳାଇବା ପୂର୍ବରୁ ପେଟ୍ରୋଲ କିମ୍ବା ଡିଜେଲର ଦାମ ଜାଣିବା ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି । ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳୁଥିବାରୁ ଏହାର ପ୍ରଭାବ ସିଧାସଳଖ ଭାବେ ଯାତାୟାତ, ଘରୋଇ ଖର୍ଚ୍ଚ ଓ ଦୈନନ୍ଦିନ ଜୀବନ ଉପରେ ପଡ଼ୁଛି ।  ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ପ୍ରତି ଲିଟର ୧୦୧.୧୧ ଟଙ୍କା ରହିଛି । ସେହିପରି ଡିଜେଲ ଦାମ୍ ପ୍ରତି ଲିଟର ୯୨.୬୯ ଟଙ୍କା ରହିଛି। ଦିନକୁ ଦିନ ଇନ୍ଧନ ଦର ବଢ଼ିବା ଫଳରେ ସାଧାରଣ ଯାତ୍ରୀ ଓ ଗାଡ଼ି ମାଲିକମାନେ ଅଧିକ ଚିନ୍ତିତ ହେଉଛନ୍ତି। ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ପ୍ରତି ଲିଟର ୯୪.୭୭ ଟଙ୍କା ରହିଥିବା ବେଳେ ଡିଜେଲ ଦର ୮୭.୬୭ ଟଙ୍କା ରହିଛି। ଅନ୍ୟପଟେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଦର ପ୍ରତି ଲିଟର ୧୦୩.୫୦ ଟଙ୍କା ରହିଛି ଏବଂ ଡିଜେଲ ଦାମ୍ ୯୦.୦୩…

Read More