Author: TRUPTIMAYEE SAHOO

ଆଜି ମାଘ ପୂର୍ଣ୍ଣିମା ସହିତ ଫେବୃଆରୀ ମାସର ଶୁଭ ଆରମ୍ଭ ହେଉଛି । ହିନ୍ଦୁ ପଞ୍ଜିକା ଅନୁଯାୟୀ ଏହି ମାସରେ ଧାର୍ମିକ ତିଥି, ଉପବାସ, ପର୍ବପର୍ବାଣୀ ସହିତ ଗ୍ରହମାନଙ୍କର ଗୁରୁତ୍ୱପୂର୍ଣ୍ଣ ଗତି ପରିଲକ୍ଷିତ ହେବ । ଫେବୃଆରୀ ୨ ରୁ ଫାଲଗୁନ ମାସର ଆରମ୍ଭ ହେବା ସହ ଧାର୍ମିକ କାର୍ଯ୍ୟକଳାପର ଧାରା ଆହୁରି ବଢ଼ିବ । ଫେବୃଆରୀ ୫ରେ ସଂକଷ୍ଠୀ ଚତୁର୍ଥୀ, ୯ରେ ଜାନକୀ ଜୟନ୍ତୀ, ୧୩ରେ ସୂର୍ଯ୍ୟଙ୍କ ମକରରୁ କୁମ୍ଭରେ ପ୍ରବେଶ ସହ ଏକାଦଶୀ ଉପବାସ, ୧୪ରେ ଶନି ପ୍ରଦୋଷ ଓ ୧୫ରେ ମାସିକ ଶିବରାତ୍ରି ପାଳନ କରାଯିବ । ଫେବୃଆରୀ ୧୭, ୨୦୨୬ରେ ଫାଲଗୁନ ଅମାବାସ୍ୟା ତିଥିରେ ସୂର୍ଯ୍ୟ ଗ୍ରହଣ ଘଟିବାର ଯୋଗ ରହିଛି, ଯାହାକୁ ନେଇ ଧାର୍ମିକ ଓ ଜ୍ୟୋତିଷୀୟ ଦୃଷ୍ଟିରୁ ବିଶେଷ ମହତ୍ତ୍ୱ ରହିଛି। ଗ୍ରହଗତି ଦିଗରୁ ଦେଖିଲେ, ବୁଧ ଓ ଶୁକ୍ର ଫେବୃଆରୀ ମାସର ପ୍ରଥମାର୍ଦ୍ଧରେ କୁମ୍ଭ ରାଶିରେ ପ୍ରବେଶ କରିବେ। ଏହା ସହିତ…

Read More