Author: TRUPTIMAYEE SAHOO

ନିତ୍ୟାନନ୍ଦ ପୁର ଗାଁ ସ୍ଥିତ ଶାସ୍ତ୍ରୀ ସ୍ମୃତି ପାଠାଗାର ଦ୍ଵାରା ଆଞ୍ଚଳିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଓ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ପୂର୍ବ ବର୍ଷ ପରି ଏଥର ମଧ୍ୟ ଆଠ -ନଅ ବିଦ୍ୟାଳୟର ପାଖାପାଖି ଏକ ଶହ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ବକ୍ତୃତା ପ୍ରତିଯୋଗିତାରେ ଛଅ ଜଣଙ୍କୁ ଏବଂ କୁଇଜ୍ ପ୍ରତିଯୋଗିତାରେ ସତ ତିରିଶ ଜଣଙ୍କୁ ପୁରସ୍କାର ଦିଆଗଲା। ପୁରସ୍କାର ଆକାରରେ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ଅଭିଧାନ, ସାଧାରଣ ଜ୍ଞାନ ପୁସ୍ତକ, ବ୍ୟାକରଣ ପୁସ୍ତକ, ରଚନା ଓ ପତ୍ର ଲିଖନ ପୁସ୍ତକ, ଓ୍ଵାର୍ଡ ବୁକ୍, ଆଟଲାସ୍ ଇତ୍ୟାଦି ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଭାଗନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାପୁରୁଷଙ୍କ ଜୀବନି, ଖାତା, କଲମ, ହନୁମାନ ଚାଳିଶା, ଶ୍ରୀମଦ୍ ଭାଗବତ ଗୀତା ଇତ୍ୟାଦି ବଣ୍ଟନ କରାଯାଇଥିଲା। ଆଇନ୍ ଜୀବୀ ଶ୍ରୀ ଯୁକ୍ତ ବାଇଧର ସାହୁ ହନୁମାନ ଚାଳିଶା ଓ ଶ୍ରୀ ମଦ୍ ଭଗବଦ୍ ଗୀତା ଯୋଗାଇ ଦେଇଥିଲେ।…

Read More