Author: TRUPTIMAYEE SAHOO

୨୦୨୬ ମସିହାର ପ୍ରଥମ ଚନ୍ଦ୍ରଗ୍ରହଣ ଫାଲଗୁଣ ପୂର୍ଣ୍ଣିମାର ପବିତ୍ର ତିଥିରେ ଘଟିବାକୁ ଯାଉଛି। ଜ୍ୟୋତିଷ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣକୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଗଣାଯାଉଛି। ଏହି ଗ୍ରହଣ ୩ ମାର୍ଚ୍ଚ ୨୦୨୬ ଦିନ ଅପରାହ୍ନ ୨ଟା ୧୬ ମିନିଟରେ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ୫୨ ମିନିଟରେ ଶେଷ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଚନ୍ଦ୍ରଗ୍ରହଣ ଭାରତରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ। ସେହିକାରଣରୁ ସୂତକ କାଳ ବୈଧ ହେବ ବୋଲି ଜ୍ୟୋତିଷମାନେ କହିଛନ୍ତି। ସୂତକ କାଳ ୩ ମାର୍ଚ୍ଚ ସକାଳ ୯ଟା ୩୯ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୬ ମିନିଟ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ। ଏହି ସମୟରେ ଧାର୍ମିକ କାର୍ଯ୍ୟ, ପୂଜାପାଠ ଏବଂ ମନ୍ଦିର ପ୍ରବେଶ ଉପରେ ନିୟମ ମାନାଯିବ। ଚନ୍ଦ୍ରଗ୍ରହଣର ମୁଖ୍ୟ ପର୍ଯ୍ୟାୟ ଅପରାହ୍ନ ୩ଟା ୨୧ ମିନିଟରେ ଦେଖିବାକୁ ମିଳିବ। ଏହା ପରେ ସନ୍ଧ୍ୟା ୬ଟା ୪୬ ମିନିଟରେ ଚନ୍ଦ୍ର…

Read More