Author: TRUPTIMAYEE SAHOO

ସୁନା ଓ ରୁପା ଦରକୁ ନେଇ ସାଧାରଣ ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଲଗାତାର ତୃତୀୟ ଦିନ ପାଇଁ ସୁନା ଓ ରୁପା ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । କିଛି ଦିନ ତଳେ ସୁନା ଦର ଦେଢ଼ ଲକ୍ଷ ଟଙ୍କା ଟପିଥିବା ବେଳେ ରୁପା ୪ ଲକ୍ଷ ଟଙ୍କା ସ୍ତରକୁ ଛୁଇଁଥିଲା । ଏବେ ଦୁହିଁ ମୂଲ୍ୟରେ ହଠାତ୍ ହ୍ରାସ ଗ୍ରାହକ ଓ ନିବେଶକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୯ ହଜାର ୫୦ ଟଙ୍କା କମି ୧୦ ଗ୍ରାମ ପିଛା ୧,୫୧,୫୩୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୮ ହଜାର ୩୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୧,୩୮,୯୦୦ ଟଙ୍କା ରହିଛି। ଏହା ପୂର୍ବରୁ ସୁନା ଦର ଐତିହାସିକ ସ୍ତରରେ ପହଞ୍ଚିଥିବାରୁ ବଜାରରେ କିଣାବିକ୍ରୟ ପ୍ରାୟ ଠପ୍…

Read More