Author: TRUPTIMAYEE SAHOO

ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ବର୍ତ୍ତମାନ ରକ୍ତ, ବାରୁଦ ଓ ଆତଙ୍କର ଛାୟାରେ ଜଳୁଛି। ଶନିବାର ବାଲୁଚି ବିଦ୍ରୋହୀ ଗୋଷ୍ଠୀଙ୍କ ଦ୍ୱାରା ହୋଇଥିବା ଏକ ବଡ଼ ଆକ୍ରମଣ ପରେ ପାକିସ୍ତାନୀ ସୁରକ୍ଷା ବାହିନୀ ଆରମ୍ଭ କରିଥିବା ପ୍ରତିଶୋଧମୂଳକ ସାମରିକ ଅଭିଯାନ ଏପର୍ଯ୍ୟନ୍ତ ୨୦୦ ଜଣଙ୍କ ଜୀବନ ନେଇଛି । ଏହାକୁ ପାକିସ୍ତାନ ଇତିହାସର ସବୁଠାରୁ ରକ୍ତାକ୍ତ ସୁରକ୍ଷା ଅଭିଯାନ ଭାବରେ ଦେଖାଯାଉଛି। ପ୍ରଦେଶ ମୁଖ୍ୟମନ୍ତ୍ରୀ ସରଫରାଜ ବୁଗଟି ନିଶ୍ଚିତ କରିଛନ୍ତି ଯେ ଗତ ୪୦ ଘଣ୍ଟା ଧରି ଚାଲିଥିବା ଚଢାଉ ଓ ସାମରିକ କାର୍ଯ୍ୟାନୁଷ୍ଠାନରେ ୧୪୫ ଜଣ ବାଲୁଚି ଲିବରେସନ ଆର୍ମି (BLA) ଲଢ଼ୁଆ, ୧୭ ଜଣ ସୁରକ୍ଷା କର୍ମୀ ଏବଂ ୩୧ ଜଣ ସାଧାରଣ ନାଗରିକ ନିହତ ହୋଇଛନ୍ତି। ଏହି ଆକଡ଼ା ପ୍ରଦେଶରେ ହିଂସାର ଭୟାବହତାକୁ ସ୍ପଷ୍ଟ କରୁଛି। “ଅପରେସନ୍ ହାରୋଫ୍” ଦ୍ୱିତୀୟ ପର୍ଯ୍ୟାୟ ବାଲୁଚି ବିଦ୍ରୋହୀ ଗୋଷ୍ଠୀ BLA ତାଙ୍କ “ଅପରେସନ୍ ହାରୋଫ୍”ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଥିବା ଘୋଷଣା…

Read More