Author: TRUPTIMAYEE SAHOO

ଦେଶରେ ଶୀତଋତୁର ଆଗମନ ସହ ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ବିପଦର ଘଣ୍ଟି ବାଜିଉଠେ। ଥଣ୍ଡା ପାଗ, ଘନ କୁହୁଡ଼ି ଏବଂ ବାୟୁ ପ୍ରଦୂଷଣର ମିଶ୍ରଣ ଯୋଗୁଁ ଫୁସଫୁସ୍ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼େ। ନିକଟରେ ‘ଇଣ୍ଡିଆନ୍ ଚେଷ୍ଟ୍ ସୋସାଇଟି’ ପକ୍ଷରୁ କରାଯାଇଥିବା ଏକ ଦେଶବ୍ୟାପୀ ବୃହତ୍ ଗବେଷଣାରୁ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି ଅଧ୍ୟୟନ ଅନୁସାରେ, ଗ୍ରୀଷ୍ମଋତୁ ତୁଳନାରେ ଶୀତଦିନେ ଶ୍ୱାସକ୍ରିୟା ଜନିତ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ଏବଂ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସଂଖ୍ୟା ସର୍ବାଧିକ ରହୁଛି। ଦେଶସାରା ଶ୍ୱାସରୋଗ ଯୋଗୁଁ ଘଟୁଥିବା ମୋଟ ମୃତ୍ୟୁ ମଧ୍ୟରୁ ପ୍ରାୟ ଏକ-ତୃତୀୟାଂଶ କେବଳ ଶୀତ ଋତୁରେ ହିଁ ରେକର୍ଡ କରାଯାଇଛି। ୨୪୫ଟି ଡାକ୍ତରଖାନାରେ ହୋଇଥିଲା ବ୍ୟାପକ ସର୍ଭେ ଇଣ୍ଡିଆନ୍ ଚେଷ୍ଟ୍ ସୋସାଇଟି ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରାୟ ୨୪୫ଟି ପ୍ରମୁଖ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ରୋଗୀଙ୍କ ତଥ୍ୟ…

Read More