Author: TRUPTIMAYEE SAHOO

ପୃଥିବୀର ମାନଚିତ୍ରରେ ଏବେ ଯେଉଁ ନିଆଁ ଜଳୁଛି, ତାହାର ତାତି କେବଳ ୟୁକ୍ରେନ୍ କିମ୍ବା ରୁଷ୍ରେ ସୀମିତ ନାହିଁ, ବରଂ ଏହାର କଳା ଧୂଆଁ ସମଗ୍ରୟୁରୋପ ଏବଂ ପୂରା ବିଶ୍ୱକୁ ଆକ୍ରାନ୍ତ କରୁଛି। ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଆଉ କୌଣସି ସଂକୋଚ କରୁନାହାନ୍ତି; ସେ ଏବେ ସମ୍ପୂର୍ଣ୍ଣ ବିଧ୍ୱଂସର ପଥ ଆପଣାଇଛନ୍ତି। ସେପ୍ଟେମ୍ବର ମାସର ଶେଷ ରବିବାରଟି ୟୁକ୍ରେନର ରାଜଧାନୀ କିଭ୍ ପାଇଁ ଏକ ଅଭିଶପ୍ତ ରାତି ଥିଲା। ରୁଷ୍ ପ୍ରଥମ କରି ରାଜଧାନୀ କିଭ୍ ଉପରେ ୩ଟନ୍ ଓଜନର ବିଶାଳ FAB-3000 ଗ୍ଲାଇଡ୍ ବମ୍ ମାଡ଼ କରିଛି। ଏହି ବମ୍ ଏତେ ଶକ୍ତିଶାଳୀ ଥିଲା ଯେ, ଏହା ବିସ୍ଫୋରଣ ହେବାକ୍ଷଣି ଏକ ପରମାଣୁ ବିସ୍ଫୋରଣ ଭଳି ବିଶାଳ Mushroom Cloud ବା ମେଘ ସୃଷ୍ଟି ହୋଇଥିଲା। Sukhoi-34 ଯୁଦ୍ଧବିମାନରୁ ଛଡ଼ାଯାଇଥିବା ଏହି ବମ୍ରେ ୧.୫ ଟନ୍ ଓଜନର ଅତି ଶକ୍ତିଶାଳୀ ବିସ୍ଫୋରକ ରହିଛି, ଯାହା ଯେକୌଣସି ବଡ଼ ବଙ୍କର…

Read More