Author: TRUPTIMAYEE SAHOO

ଆପଣମାନେ ଗାଁ ଗହଳିରେ ଏକ ବହୁ ପୁରୁଣା ଏବଂ ଖୁବ୍ ଜଣାଶୁଣା କଥା ନିଶ୍ଚୟ ଶୁଣିଥିବେ— “ଚୋର ଗଲା ପରେ ଚେତା ପଶେ”। ଅର୍ଥାତ୍ ଘରେ ସବୁକିଛି ଚୋରି ହୋଇସାରିବା ପରେ, ସର୍ବସ୍ୱାନ୍ତ ହେଲା ପରେ ଚେତା ପଶିବା। ଠିକ୍ ଏହି ପ୍ରବାଦଟି ଆଜି ଓଡ଼ିଶାର ରାଜନୀତିରେ, ବିଶେଷ କରି ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି)ର ଆଜିର ଆନ୍ଦୋଳନକୁ ଦେଖିଲା ପରେ ପୂର୍ଣ୍ଣମାତ୍ରାରେ ପ୍ରଯୁଜ୍ୟ ହେଉଛି। ଆଜି ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଯାହା ଦେଖିବାକୁ ମିଳିଲା, ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏମଏମଡିଆର (MMDR) ଆକ୍ଟ ବା ଖଣି ଆଇନରେ ସଂଶୋଧନ ଆସିସାରିବା ପରେ, କେନ୍ଦ୍ର ସରକାର ଏହାକୁ ଆଇନରେ ପରିଣତ କରିସାରିଲା ପରେ, ଏବେ ବିଜେଡିର ହଠାତ୍ ନିଦ ଭାଙ୍ଗିଛି। ଦଳର ମନେ ପଡ଼ିଛି ଯେ, ଓଡ଼ିଶାର ଏତେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହୋଇଯିବ, ଓଡ଼ିଶାର ଖଣି ସବୁ ଚାଲିଯିବ! ଓଡ଼ିଶାର ହକ…

Read More