Author: TRUPTIMAYEE SAHOO

ବିଜେଡି ଏବେ ଏକ ନୂଆ ସ୍ଲୋଗାନ ଧରି ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି— ‘୨୪ ବର୍ଷର ନବୀନ ସରକାର ବନାମ ୨୪ ମାସର ମୋହନ ସରକାର’। ଏହି ସ୍ଲୋଗାନ ଦେଇ ଲୋକଙ୍କ ପାଖକୁ ଯିବାକୁ ଚେଷ୍ଟା କରୁଛି ଦଳ। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ସ୍ଲୋଗାନରେ ବିଜେଡିକୁ କେତେ ସଫଳତା ମିଳିବ? ନିକଟରେ ଶଙ୍ଖ ଭବନରେ ବିଜେଡିର ଏକ ବଡ଼ ଚିନ୍ତନ କିମ୍ବା ମନ୍ଥନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଞ୍ଚଳିକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ସେ ନିର୍ଦ୍ଦେଶ ଦେଇଛନ୍ତି ଯେ, ଦଳର ସମସ୍ତ ନେତା ଓ କର୍ମୀମାନେ ଏବେ ସିଧାସଳଖ ଜନସାଧାରଣଙ୍କ ପାଖକୁ ଯିବେ। ନବୀନ ବାବୁଙ୍କ ୨୪ ବର୍ଷର ସୁଶାସନ ଏବଂ ବିଜେପିର ଏହି ୨୪ ମାସର ଶାସନ ଭିତରେ କ’ଣ ଫରକ୍ ରହିଛି, ତାହା ଲୋକଙ୍କୁ ବୁଝାଇବେ। କିନ୍ତୁ ଏଠାରେ ଏକ ବଡ଼ ରାଜନୈତିକ ପ୍ରଶ୍ନ ଉଠୁଛି— କୌଣସି…

Read More