Author: TRUPTIMAYEE SAHOO

ଭାଇଚାରାର ସହର ତଥା ଐତିହାସିକ ରୂପାର ନଗରୀ କଟକରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜାର ଭବ୍ୟ ପ୍ରସ୍ତୁତି। ଆଗକୁ ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା, ଆଉ ସେଥିପାଇଁ ସାରା ସହର ଏବେ ଉତ୍ସବମୁଖର ହୋଇଉଠିଛି। ଚଳିତ ବର୍ଷ କଟକ ମହାନଗର ନିଗମ ଅଞ୍ଚଳ ତଥା ଏହାର ଆଖପାଖରେ ଥିବା ପ୍ରାୟ ୧୭୦ରୁ ଅଧିକ ପୂଜା ମଣ୍ଡପରେ ମା’ଙ୍କ ଆରାଧନା କରାଯିବ। ତୋରଣ ନିର୍ମାଣ, ଆଲୋକସଜ୍ଜା ଠାରୁ ଆରମ୍ଭ କରି ମା’ଙ୍କ ମୃଣ୍ମୟୀ ପ୍ରତିମା ଗଢ଼ିବା କାର୍ଯ୍ୟ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଲଗାଣ ବର୍ଷା ଯୋଗୁଁ କିଛି ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ପାଗ ଅନୁକୂଳ ହେବା ପରେ ମୂର୍ତ୍ତି କାରିଗରମାନେ ସମୟସୀମା ଭିତରେ କାମ ସାରିବା ପାଇଁ ଦିନରାତି ଏକ କରି ଦେଇଛନ୍ତି। ମାଟି ଓ ନଡ଼ାରେ ପ୍ରାଣ ଫୁଙ୍କୁଛନ୍ତି କାରିଗର କଟକ ସହରର ବିଭିନ୍ନ ପୂଜା ମଣ୍ଡପ ଓ କାରିଗରଶାଳାରେ ଏବେ ମା’ଙ୍କ ମୂର୍ତ୍ତି ଗଢ଼ିବାର…

Read More