Author: TRUPTIMAYEE SAHOO

୨୦୨୪ ନିର୍ବାଚନ ପରେ ଓଡ଼ିଶାର ଶାସନ କ୍ଷମତାରେ ଆସିଥିବା ନୂଆ ସରକାରଙ୍କଠାରୁ ଲୋକମାନେ ଯେଉଁ ପରିବର୍ତ୍ତନର ଆଶା କରିଥିଲେ, ସେହି ଆଶା ଏପର୍ଯ୍ୟନ୍ତ ମାଟିରେ ପାଦ ଦେଇପାରିନାହିଁ । ଶାସନର ନାମ ବଦଳିଛି, କିନ୍ତୁ ଢାଞ୍ଚା, ଧାରା ଓ ପ୍ରଶାସନିକ ମନୋଭାବ ଅଧିକାଂଶରେ ପୁରୁଣା ରହିଯାଇଛି । ସରକାର ବଦଳିଲେ ମଧ୍ୟ ପ୍ରଶାସନିକ ଶକ୍ତିକେନ୍ଦ୍ର, ନିଯୁକ୍ତି ପ୍ରକ୍ରିୟା, ଦାୟିତ୍ୱ ବଣ୍ଟନ ଓ ନୀତି ରୂପାୟଣରେ ପୁରୁଣା ଶାସନର ପ୍ରଭାବ ଏବେବି ସ୍ପଷ୍ଟ। ରାଜ୍ୟର ବିଭିନ୍ନ ସ୍ତରରେ ଆଜି ଯେଉଁ ପ୍ରଶ୍ନ ଉଠୁଛି, ସେହି ପ୍ରଶ୍ନଟି ସରଳ—ଓଡ଼ିଶାରେ ସତରେ ଶାସନ ବଦଳିଛି କି ମାତ୍ର ସରକାରର ନାମ? ବିଜେଡି ମାର୍କା ପ୍ରଶାସନ ଓ ନୂଆ ସରକାରର ନିରବ ସମ୍ମତି ନୂଆ ସରକାର ଆସିବା ପରେ ଯେଉଁଥିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଶା କରାଯାଇଥିଲା, ସେହିଟି ହେଉଛି ପ୍ରଶାସନିକ ପୁନର୍ଗଠନ । କିନ୍ତୁ ବାସ୍ତବତା ହେଉଛି—ଯେଉଁ ଅଫିସରମାନେ ପୂର୍ବରୁ ବିଜୁ ଜନତା ଦଳର ଶାସନକାଳରେ ଶକ୍ତିଶାଳୀ…

Read More