Author: TRUPTIMAYEE SAHOO

ବାଂଲାଦେଶର ସାଧାରଣ ନିର୍ବାଚନରେ  (BNP) ଐତିହାସିକ ବିଜୟ ହାସଲ କରିଛି। ଦଳର ଅଧ୍ୟକ୍ଷ ତାରିଖ୍ ରେହମାନ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆଙ୍କ ପୁଅ ଓ ଗତ ୧୭ ବର୍ଷ ଧରି ବିଦେଶରେ ବସବାସ କରୁଥିଲେ। ୨୦୨୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶୈଖ ହସିନାଙ୍କ ପଦଚ୍ୟୁତି ପରେ ଦେଶର ରାଜନୀତି ଏକ ନୂଆ ପର୍ବକୁ ପ୍ରବେଶ କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଇଣ୍ଡିଆର ପ୍ରତିନିଧିତ୍ୱ କରିବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏହି ଉପସ୍ଥିତି ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ଦୃଢ଼ ବନ୍ଧୁତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରକାଶ କରିବ। BNP ବହୁମତ ହାସଲ କରିବା ପରେ ଭାରତ-ବାଂଲାଦେଶ ସମ୍ପର୍କରେ ନୂତନ ଆଶା ଜାଗୃତ ହୋଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାରିକ ରହମାନଙ୍କୁ ଅଭିନନ୍ଦନ ଜଣାଇ ଦୃଢ଼ ଓ ବିବିଧ…

Read More