Author: TRUPTIMAYEE SAHOO

ଆଜି ମଙ୍ଗଳବାର, ଫେବୃଆରୀ ୧୭ ତାରିଖରେ ପ୍ରତିଦିନର ଭଳି ନୂତନ ପେଟ୍ରୋଲ ଓ ଡିଜେଲ ଦର ଜାରି ହୋଇଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟର ଉତ୍ତାର-ଚଢାଉକୁ ଆଧାର କରି ଦେଶରେ ଇନ୍ଧନ ମୂଲ୍ୟ ନିର୍ଣ୍ଣୟ ହୋଇଥାଏ। କିଛି ସହରରେ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ସାନାପାଇଁ ବୃଦ୍ଧି ଦେଖିବାକୁ ମିଳିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ପେଟ୍ରୋଲ ଦର ଲିଟର ପିଛା ୧୦୧.୩୫ ଟଙ୍କା ରହିଛି, ଯେଉଁଥିରେ ଡିଜେଲ ଦର ୯୨.୯୨ ଟଙ୍କା ରହିଛି । ଗତକାଲି ଅପେକ୍ଷା ଉଭୟ ଇନ୍ଧନର ଦରରେ ଲିଟର ପିଛା ୩୭ ପଇସା ବୃଦ୍ଧି ହୋଇଛି । ଏହି ସାନା ବୃଦ୍ଧି ସାଧାରଣ ଉପଭୋକ୍ତାଙ୍କ ଉପରେ ଅଳ୍ପ ପ୍ରଭାବ ପକାଇପାରେ ବୋଲି ବଜାର ବିଶ୍ଳେଷକମାନେ କହୁଛନ୍ତି । ରାଷ୍ଟ୍ରୀୟ ରାଜଧାନୀ ନୂଆ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୪.୭୭ ଟଙ୍କା ଓ ଡିଜେଲ ୮୭.୬୭ ଟଙ୍କା ରହିଛି। ପୂର୍ବ ଭାରତର…

Read More