Author: Ayesha Debnath

Cow Milk: ପୁରାତନ କାଳରେ ଶିଶୁ ଜନ୍ମ ହେବା ଦିନଠାରୁ ଗାଈ କ୍ଷୀର ପିଇବାକୁ ଦିଆଯାଉଥିଲା। ଆଜିକାଲି ଡାକ୍ତରମାନେ ଏକ ବର୍ଷରୁ କମ୍ ବୟସର ପିଲାଙ୍କୁ ଗାଈ କ୍ଷୀର ଦେବାକୁ ବାରଣ କରନ୍ତି । ଏହା ବଦଳରେ ଡାକ୍ତରମାନେ ପିଲାମାନଙ୍କୁ ଫର୍ମୁଲା କ୍ଷୀର ଦେବାକୁ ପରାମର୍ଶ ଦିଅନ୍ତି। ଯଦିଓ ଗାଈ କ୍ଷୀରରୁ ଫର୍ମୁଲା କ୍ଷୀର ମଧ୍ୟ ତିଆରି କରାଯାଏ, କିନ୍ତୁ ଶିଶୁର ପାଚନ ଅନୁଯାୟୀ ଏହାକୁ ପରିବର୍ତ୍ତନ କରାଯାଏ । କିନ୍ତୁ ଏକ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଗାଈ କ୍ଷୀର ଖାଇବାକୁ ଦେବା କାହିଁକି ବାରଣ କରାଯାଏ? ଏହାକୁ ହଜମ କରିବା ଶିଶୁ ପାଇଁ କଷ୍ଟକର ହୋଇଥାଏ । ଏହାବ୍ୟତୀତ ଗାଈ କ୍ଷୀରରେ ଶିଶୁର ପ୍ରାରମ୍ଭିକ ବିକାଶ ପାଇଁ ଆବଶ୍ୟକ ଭିଟାମିନ୍-ଇ, ଆଇରନ୍ ଏବଂ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍ ର ଅଭାବ ରହିଛି। ଗାଈ କ୍ଷୀରରେ ଆଇରନ୍ ର ଅଭାବ ହେତୁ ନବଜାତ କନ୍ୟା ରକ୍ତହୀନତାର ଶିକାର ହୋଇପାରେ ।…

Read More