Author: Ayesha Debnath

Pratik Utekar Replied: କୋରିଓଗ୍ରାଫର ତଥା ଡ୍ୟାନ୍ସର ଧନଶ୍ରୀ ବର୍ମା ଆଜିକାଲି ସ୍ୱାମୀ ୟୁଜବେନ୍ଦ୍ର ଚହଲଙ୍କ ଠାରୁ ଛାଡ଼ପତ୍ର ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏଭଳି ପରିସ୍ଥିତିରେ ଧନଶ୍ରୀଙ୍କ ନାମ ଜଣାଶୁଣା କୋରିଓଗ୍ରାଫର ପ୍ରତୀକ ଉତେକରଙ୍କ ସହ ଯୋଡାଯାଉଛି । ଧନଶ୍ରୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଗୁଜବ ଚାଲିଥିବା ବେଳେ ପ୍ରତୀକ ଉତେକର ନିଜର ନୀରବତା ଭଙ୍ଗ କରି ଏଭଳି ଦାବି କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି। ୨୦୨୩ରେ ଧନଶ୍ରୀ ବର୍ମା ଓ ପ୍ରତୀକ ଉତେକରଙ୍କ ଏକ ଫଟୋ ସାମ୍ନାକୁ ଆସିଥିଲା। ଏହି ଫଟୋକୁ ପ୍ରତୀକ ନିଜେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ଫଟୋରେ ଧନଶ୍ରୀ ପ୍ରତୀକଙ୍କ କୋଳରେ ପୋଜ୍ ଦେଉଥିବାର ଦେଖିବାକୁ ମିଳିଛି। ଏହାପରଠାରୁ ଦୁହିଁଙ୍କ ପ୍ରେମ ସମ୍ପର୍କ ର ଖବର ସାମ୍ନାକୁ ଆସିବା ଆରମ୍ଭ ହୋଇଥିଲା । ଏବେ ଧନଶ୍ରୀ ଓ ୟୁଜବେନ୍ଦ୍ର ଚହଲ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିବା…

Read More