Author: Ayesha Debnath

Aashiqui 3: କାର୍ତ୍ତିକ ଆର୍ଯ୍ୟନ ନିଜ ଫିଲ୍ମକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ସେ ଫିଲ୍ମ ଆଶିକି ୩ରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେବେ ଅନୁରାଗ ବାସୁ । ଫିଲ୍ମର ଘୋଷଣା ପରେ ଆନିମଲ ଫେମ ଅଭିନେତ୍ରୀ ତୃପ୍ତି ଡିମ୍ରିଙ୍କୁ ନାୟିକା ଭୂମିକାରେ ନିଆଯାଇଥିଲା । ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ଆରମ୍ଭ ହେବାର ଥିଲା । କିନ୍ତୁ ଏବେ କାହାଣୀରେ ଏକ ଟ୍ୱିଷ୍ଟ ଆସିଛି । ଆଶିକି-୩ରୁ ବାଦ୍ ପଡ଼ିଲେ ତୃପ୍ତି ଡିମ୍ରି ମିଡ୍ ଡେ’ର ଏକ ରିପୋର୍ଟ ଅନୁଯାୟୀ, ତୃପ୍ତି ଡିମ୍ରି ଆଉ ଏହି ପ୍ରୋଜେକ୍ଟରେ ସାମିଲ ହୋଇନାହାନ୍ତି। ସେ ଫିଲ୍ମରୁ ଓହରି ଯାଇଛନ୍ତି । ଅନୁରାଗ ବାସୁ ଏକ ସମ୍ପୂର୍ଣ୍ଣ ନୂଆ ପ୍ରେମ କାହାଣୀ ସୃଷ୍ଟି କରିବାକୁ ଯାଉଛନ୍ତି । ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ରୋମାଣ୍ଟିକ୍ ଫିଲ୍ମରେ କାମ କରିବା ପାଇଁ ତୃପ୍ତି ବେଶ୍ ଉତ୍ସାହିତ…

Read More