Author: Ayesha Debnath
Mayawati: ୨୦୧୧ମସିହାରେ ଆମେରିକାର କଳା କାରନାମାର ପର୍ଦ୍ଦାଫାସ କରୁଥିବା ଏକ ଅନୁସନ୍ଧାନମୂଳକ ୱେବସାଇଟ ଉଇକିଲିକ୍ସ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କୁ ଏକଛତ୍ରବାଦୀ ଓ ଦୁର୍ନୀତିଗ୍ରସ୍ତ ବୋଲି ବର୍ଣ୍ଣନା କରିଥିଲା। ଅକ୍ଟୋବର ୨୩, ୨୦୦୮ରେ ଆମେରିକୀୟ ଦୂତାବାସର ଏକ କେବୁଲରେ ମାୟାବତୀଙ୍କ ବାବଦରେ କୁହାଯାଇଥିଲା ଯେ, ମାୟାବାତୀଙ୍କ ପସନ୍ଦର ସାଣ୍ଡେଲ ଆଣିବା ପାଇଁ ସରକାରୀ ଖର୍ଚ୍ଚରେ ଖାଲି ବିମାନ ମୁମ୍ବାଇ ଯାଉଥିଲା । ବିଏସପି ସୁପ୍ରିମୋ ମାୟାବତୀଙ୍କ ସୁରକ୍ଷା ଯାଞ୍ଚ ପାଇଁ ନ୍ୟାସନାଲ ସିକ୍ୟୁରିଟି ଗାର୍ଡସ (ଏନଏସଜି) ମଙ୍ଗଳବାର ଦିନ ମକ୍ ଡ୍ରିଲ୍ କରିଥିଲା। ଏଥିପାଇଁ ଆଗୁଆ ପ୍ରସ୍ତୁତି କରାଯାଇଥିଲା। ମାୟାବତୀଙ୍କୁ ଏନେଇ ସୂଚନା ଦିଆଯାଇଥିବା କୁହାଯାଉଛି। ଅଭ୍ୟାସ ପୂର୍ବରୁ ମାୟାବତୀଙ୍କ ବାସଭବନର ଗେଟ୍ ସବୁଦିନ ଭଳି ବନ୍ଦ ରହିଥିଲା। ହଠାତ୍ ଗେଟ୍ ଖୋଲି ଏନଏସଜି କମାଣ୍ଡୋମାନେ ବାସଭବନ ଭିତରକୁ ପ୍ରବେଶ କରିଥିଲେ। ପଛପଟୁ ଏକ ଆମ୍ବୁଲାନ୍ସ ମଧ୍ୟ ଭିତରକୁ ପଶିଥିଲା। ଏହି ଘଟଣା ପରେ ମାୟାବତୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସୋସିଆଲ ମିଡିଆରେ…
