Author: Ayesha Debnath

Grok: ଏଲନ୍ ମସ୍କଙ୍କ ଏଆଇ ଚାଟବଟ୍ ‘ଗ୍ରୋକ୍’ ଏବେ ବେଶ୍ ଚର୍ଚ୍ଚାରେ ଅଛି। ଯେଉଁ ଦିନଠାରୁ Xରେ ଏହି ଚାଟବଟ୍ ଆସିଛି, ସାରା ବିଶ୍ୱର ଲୋକମାନେ ଏହାକୁ ନାନା ପ୍ରକାରର ପ୍ରଶ୍ନ ପଚାରୁଛନ୍ତି। ଗ୍ରୋକ୍ ତା’ର ଉତ୍ତର ଦେବାର ଶୈଳୀ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି। ଅନେକ ଉତ୍ତରରେ ଗାଳିଗୁଲଜ ଦେବା କାରଣରୁ ଏହାର ସମାଲୋଚନା ମଧ୍ୟ ହୋଇଛି। ଏବେ ଏହା ‘ଦ କାଶ୍ମୀର ଫାଇଲ୍ସ’ ଓ ‘ଦ କେରଳ ଷ୍ଟୋରୀ’ ପରି ଚଳଚ୍ଚିତ୍ରର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ମଧ୍ୟ ‘ଫେକ୍ ନ୍ୟୁଜ୍ ସୋର୍ସ’ ଅର୍ଥାତ୍ ଭୁଲ୍ ଖବର ପ୍ରଚାର କରୁଥିବା ବ୍ୟକ୍ତି ବୋଲି କହିଛି। ତେବେ, ‘ଗ୍ରୋକ୍’ ନିଜର ଭୁଲ୍ ବୁଝି ନିର୍ଦ୍ଦେଶକଙ୍କଠାରୁ କ୍ଷମା ମାଗିଛି। ବିବେକ ରଞ୍ଜନ ଅଗ୍ନିହୋତ୍ରୀ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ‘ଗ୍ରୋକ୍’ର କ୍ଷମା ମାଗିବାର ସ୍କ୍ରିନସଟ୍ ସେୟାର କରିଛନ୍ତି। ଏଥିରେ ଚାଟବଟ୍ ‘ଗମ୍ଭୀର ଭୁଲ୍’ କରିଥିବା କଥା ସ୍ୱୀକାର କରିଛି। ଗ୍ରୋକ୍’ ଲେଖିଲା ଲମ୍ବା ମାଫିନାମା…

Read More