Author: Ayesha Debnath

Hailstorm Rain: ବଦଳିଲା ପାଗର ମିଜାଜ । ତାତିରୁ ମିଳିଲା ତ୍ରାହି। ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ପବନ ହୋଇଛି। ବିଶେଷକରି ଉପକୂଳ ଓଡ଼ିଶାରେ ବର୍ଷା ସହ ହାଲୁକା ପବନ ବହିଥିଲା। ଆଜି ସାରା ରାଜ୍ୟରେ କାଳବୈଶାଖୀ ଆଶଙ୍କା । ଗତକାଲିଠୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଦେଖା ଦେଇଛି । ଖରାର ପ୍ରଭାବ ବିଶେଷ ନଥିବା ବେଳେ ଥଣ୍ଡା ପବନ ବୋହିଥିଲା । ଆଜି ସକାଳୁ ଟ୍ୱିନସିଟିରେ ମେଘୁଆ ପାଗ ଥିବା ବେଳେ ଏବେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । କାଳବୈଶାଖୀ ବର୍ଷା ପ୍ରବାହରେ ୩ ଦିନ ମଧ୍ୟରେ ୩ରୁ ୫ ଡିଗ୍ରି ସେଲସିୟସ ଯାଏ ତାପମାତ୍ରା ହ୍ରାସ ପାଇବ। ୨୫ ତାରିଖ ପରଠାରୁ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ବି ସାରା ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ପ୍ରବଳ ବର୍ଷା…

Read More