Author: Ayesha Debnath

Yuzvendra Chahal : କୋରିଓଗ୍ରାଫର୍ ଧନଶ୍ରୀ ବର୍ମା ଓ କ୍ରିକେଟର୍ ୟୁଜବେନ୍ଦ୍ର ସିଂହ ଚହଳଙ୍କ ବିବାହ ଭାଙ୍ଗିଯିବା ସହ ବିବାହ ବିଚ୍ଛେଦ ମଧ୍ୟ ହୋଇ ସାରିଛି । ଧନଶ୍ରୀ ବର୍ମାକୁ ୟୁଜବେନ୍ଦ୍ର ଚହଳଙ୍କ ଠାରୁ ଏଲିମୋନୀ ଭାବେ ୪.୭୫ କୋଟି ଟଙ୍କା ମିଳିଛି। ତେବେ ଧନଶ୍ରୀଙ୍କୁ ଏଲିମୋନୀ ପାଇଁ ଟ୍ରୋଲ୍ କରାଯାଉଛି । କୋର୍ଟ ଛାଡ଼ପତ୍ରର ନିର୍ଦ୍ଦେଶକୁ ମଞ୍ଜୁର କରିଛନ୍ତି। କୋର୍ଟ ଉଭୟ ପକ୍ଷର ମିଳିତ ଆବେଦନକୁ ଗ୍ରହଣ କରିଛନ୍ତି। ସେମାନେ ଆଉ ସ୍ୱାମୀ-ସ୍ତ୍ରୀ ନୁହଁନ୍ତି ବୋଲି ଆଇନଜୀବୀ ନୀତିନ ଏକ ଭିଡିଓରେ କହିଛନ୍ତି। ତେବେ ଏହାକୁ ନେଇ ଆଉ ଏକ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଯାହା ଏବେ ଅନେକ ପ୍ରଶ୍ନ ସହ ବିବାଦ ମଧ୍ୟ ସୃଷ୍ଟି କରିଛି । ତେବେ ବିବାଦର କାରଣ ହେଉଛି ଚହଲଙ୍କ ଟି-ସାର୍ଟ । ଯେଉଁଥିରେ ଲେଖାଯାଇଥିଲା ‘BE YOUR OWN SUGAR DADDY’। ଧନଶ୍ରୀ ଚହଲଙ୍କୁ ଏଲିମୋନୀ…

Read More