What's Hot
Author: NAZMEEN PARWEEN
ଭାରତର ଶୀର୍ଷ ୧୦୦ କମ୍ପାନୀଙ୍କ ନିର୍ଦ୍ଦେଶକ ମଣ୍ଡଳି (ବୋର୍ଡ)ରେ ମହିଳାଙ୍କ ପ୍ରତିନିଧିତ୍ୱ ଗତ ୪ ବର୍ଷରେ ବେଶ୍ ଭଲ ରହିଛି। ଏକ ସର୍ଭେକ୍ଷଣ ରିପୋର୍ଟରୁ ଏହା ଜଣାପଡିଛି। ରିପୋର୍ଟ ଅନୁସାରେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ କେବଳ ୫ଟି କମ୍ପାନୀରେ ମହିଳା ସ୍ୱତନ୍ତ୍ର ନିର୍ଦ୍ଦେଶକ (ଆଇଡି)ଙ୍କ ଅଭାବ ରହିଛି। ‘ଏକ୍ସିଲେନ୍ସ ଏନାବଲର୍ସ’ର ପଞ୍ଚମ ବାର୍ଷିକ କର୍ପୋରେଟ ପ୍ରଶାସନ ସର୍ଭେକ୍ଷଣ ନିଫ୍ଟି-୧୦୦ କମ୍ପାନୀଙ୍କ ବାର୍ଷିକ ରିପୋର୍ଟ ଏବଂ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ପ୍ରସ୍ତୁତ କରାଯାଇଛି। ସର୍ଭେକ୍ଷଣ ଅନୁସାରେ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ୪ ସାର୍ବଜନିକ କ୍ଷେତ୍ରର ଉପକ୍ରମ (ପିଏସୟୁ) ଓ ଏକ ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କ (ପିଏସବି) ସହିତ ୫ କମ୍ପାନୀଙ୍କ ବୋର୍ଡରେ ଜଣେ ବି ମହିଳା ସ୍ୱତନ୍ତ୍ର ନିର୍ଦ୍ଦେଶିକା (ଆଇଡି) ନଥିଲେ। ସର୍ଭେକ୍ଷଣ ଅନୁସାରେ ବର୍ଷ ୨୦୨୦-୨୧ ପର୍ଯ୍ୟନ୍ତ ଏହି ସ୍ଥିତି ୨୧ଟି କମ୍ପାନୀରେ ଥିଲା। ହେଲେ ଏବେ ହୋଇଥିବା ବୃଦ୍ଧି ମହିଳାଙ୍କ ପ୍ରତିନିଧିତ୍ୱରେ ସୁଧାରକୁ ଦର୍ଶାଉଛି। ସର୍ଭେକ୍ଷଣ ଅନୁସାରେ…
