Author: NAZMEEN PARWEEN

ଶନିବାର ଭୁବନେଶ୍ୱରଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ଅବସରରେ ଉଦ୍ ଘାଟିତ ହେବାକୁ ଥିବା ପ୍ରଦର୍ଶନୀରେ ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ ।ପିବିଡି ସ୍ଥାନରେ ଆମର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟକୁ ଦର୍ଶାଉଥିବା ଅନେକ ପ୍ରେରଣାଦାୟୀ ଏବଂ ସମୃଦ୍ଧ ମଡେଲ ରହିଥିବାରୁ ଆଜି ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ବିବେକାନନ୍ଦ ଜୟନ୍ତୀ ଅବସରରେ ଜାନୁଆରୀ ୧୨ ସନ୍ଧ୍ୟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକଙ୍କ ପାଇଁ ଏହା ଖୋଲାଯିବ। ଏହାବ୍ୟତୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।ଏହି କାର୍ଯ୍ୟକ୍ରମକୁ ଆଉ ୪୮ ଘଣ୍ଟା ବୃଦ୍ଧି କରାଯାଇଛି ଏବଂ ପ୍ରବେଶ ମାଗଣା ହେବ ବୋଲି ସେ କହିଛନ୍ତି। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ସମାପନୀ ସମାରୋହ ପରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ ହେଁ ପରେ ଏକ ସରକାରୀ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ ଶନିବାର…

Read More