Author: NAZMEEN PARWEEN

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) ଶାଖା ଜିନ୍ଦଲ ଫାଉଣ୍ଡେସନ ବାଲ୍ୟ ବିବାହ ବିରୋଧରେ ଏକ ସଚେତନତା ଅଭିଯାନ ଆରମ୍ଭ କରିଛି । ଅନୁଗୁଳ ଜିଲ୍ଲାରେ ବାଲ୍ୟ ବିବାହର ବିପଦ ସମ୍ପର୍କରେ ସ୍ଥାନୀୟ ସମୁଦାୟଙ୍କୁ ସଚେତନ କରିବା ସହ ଏହି ବେଆଇନ ପ୍ରଥାକୁ ରୋକିବା ପାଇଁ ପ୍ରୟାସକୁ ପ୍ରୋତ୍ସାହିତ କରିବା ଏହାର ଉଦ୍ଦେଶ୍ୟ। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମାୟା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ନିରୁପମା ପାଣି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ଅନ୍ୟ ଆଇସିଡିଏସ୍ କର୍ମଚାରୀ ଓ ଜିନ୍ଦଲ ଫାଉଣ୍ଡେସନର ସଦସ୍ୟଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଅବ୍ଦାଲ ଅଖତର ଏହି ସଚେତନତା ଉତ୍ସବର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ଏହି ସହଯୋଗୀ ପ୍ରୟାସ ରେ ସଠିକ୍ ବୟସରେ ବିବାହ କରିବାର ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା, ଯୁବତୀମାନଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଭବିଷ୍ୟତ ର ସୁଯୋଗ ଉପରେ ଗୁରୁତ୍ୱ…

Read More