Author: NAZMEEN PARWEEN

 ଆୟୋଜିତ ୩ ଦିନିଆ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ସମାପନୀ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ରବି କୁମାର ଏସ୍ ଙ୍କ ସମେତ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଆମେରିକା, ଫିଜି, ଗୁୟାନା, ମରିସସ୍, ମୋଲ୍ଡୋଭା, ମିଆଁମାର, ରୁଷିଆ ଏବଂ ସାଉଦି ଆରବ ଭଳି ଦେଶର ୨୭ ଜଣ ବ୍ୟକ୍ତି ଓ ଅନୁଷ୍ଠାନକୁ ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ୨୦୨୫ ପ୍ରଦାନ କରିଥିଲେ। ମୁର୍ମୁ ସମସ୍ତ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ବିଭିନ୍ନ କ୍ଷେତ୍ରରେ ସମାଜ ପାଇଁ କାର୍ଯ୍ୟ କରିଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲେ। ଏହି ପୁରସ୍କାର ପ୍ରାପ୍ତ ତ୍ରିନିଦାଦ ଆଣ୍ଡ ଟୋବାଗୋ ର ରାଷ୍ଟ୍ରପତି କ୍ରିଷ୍ଟିନ କାର୍ଲା କଙ୍ଗାଲୁଙ୍କୁ ସେ ବିଶେଷ ଭାବେ ଧନ୍ୟବାଦ ଜଣାଇଛନ୍ତି। ଯେଉଁମାନେ ଏହି ପୁରସ୍କାର ପାଇଛନ୍ତି ସେମାନଙ୍କ ମଧ୍ୟରେ କଙ୍ଗାଲୁ ମଧ୍ୟ ଥିଲେ ଯିଏ କି ସାର୍ବଜନୀନ ବ୍ୟାପାର ବର୍ଗରେ ଏହାକୁ ଗ୍ରହଣ କରିଥିଲେ । ତ୍ରିନିଦାଦ ଓ…

Read More