Author: NAZMEEN PARWEEN

ପରୀକ୍ଷା ସମୟ ଅନେକ ସମୟରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଥାଏ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାନସିକ ଚାପଗ୍ରସ୍ତ ହେବା ପରିବର୍ତ୍ତେ ଆତ୍ମବିଶ୍ୱାସର ସହ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି। “ପରୀକ୍ଷା ପୂର୍ବରୁ ସାମାନ୍ୟ ଚାପ ଭଲ, କିନ୍ତୁ ଅଧିକ ଚାପଗ୍ରସ୍ତ ହୁଅନ୍ତୁ ନାହିଁ। ଶିକ୍ଷକଙ୍କ ପରାମର୍ଶ କୁ ଅନୁସରଣ କରନ୍ତୁ, ସମୟର ସଦୁପଯୋଗ କରନ୍ତୁ ଏବଂ ଆତ୍ମବିଶ୍ୱାସ ସହିତ କଠିନ ପରିଶ୍ରମ କରନ୍ତୁ । ସଫଳତା ମିଳିବା ନିଶ୍ଚିତ ବୋଲି ଭୁବନେଶ୍ୱର ୟୁନିଟ୍-୧ ସରକାରୀ ହାଇସ୍କୁଲରେ ଆୟୋଜିତ ‘ପରୀକ୍ଷା ପେ ଆଲୋଚନା’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି। ଏହି ଅବସରରେ ନୂଆଦିଲ୍ଲୀରେ ‘ପରୀକ୍ଷା ପେ ଆଲୋଚନା’ର ଅଷ୍ଟମ ସଂସ୍କରଣରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସିଧାସଳଖ ବାର୍ତ୍ତାଳାପର ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା। ପରୀକ୍ଷା ଚାପ କୁ ହ୍ରାସ କରିବା ଏବଂ…

Read More