Author: NAZMEEN PARWEEN

ଓଡ଼ିଶାରେ ସୁଭଦ୍ରା ଯୋଜନାରେ ୨.୫ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଇ-କେୱାଇସି ଓ ଅନ୍ୟାନ୍ୟ ନିୟମ ପାଳନ କରୁନଥିବାରୁ ଆର୍ଥିକ ସହାୟତା ପାଇନାହାନ୍ତି। ଅଢ଼େଇ ଲକ୍ଷରୁ ଅଧିକ ଯୋଗ୍ୟ ମହିଳା ସୁଭଦ୍ରା ଯୋଜନାର ଲାଭ ପାଇବା ପାଇଁ ବ୍ୟାଙ୍କ ଆକାଉଣ୍ଟ ଡିବିଟି ସକ୍ଷମ କରିନାହାନ୍ତି। ଏହାବ୍ୟତୀତ ସେମାନେ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି। ଏହି ହିତାଧିକାରୀମାନେ ଏପର୍ଯ୍ୟନ୍ତ ଏହି ଯୋଜନାର ଲାଭରୁ ବଞ୍ଚିତ ହୋଇଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି। ଏହି ହିତାଧିକାରୀଙ୍କ ତାଲିକା ବ୍ଲକ, ପୌରପାଳିକା ଓ ମହାନଗର ନିଗମ ସ୍ତରରେ କର୍ତ୍ତୃପକ୍ଷଙ୍କ ନିକଟରେ ଉପଲବ୍ଧ ରହିଛି। ସମସ୍ତ ଯୋଗ୍ୟ ହିତାଧିକାରୀ, ଯେଉଁମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର ଲାଭ ପାଇନାହାଁନ୍ତି, ସେମାନେ ତାଲିକା ଯାଞ୍ଚ କରନ୍ତୁ ଏବଂ ନିମ୍ନଲିଖିତ ଚାରିଟି ଆବଶ୍ୟକତା ସୁନିଶ୍ଚିତ କରନ୍ତୁ। ସେମାନଙ୍କର ଏକକ ଧାରକ ବ୍ୟାଙ୍କ ଆକାଉଣ୍ଟ ରହିବା ଜରୁରୀ  ବ୍ୟାଙ୍କ ଆକାଉଣ୍ଟ ହିତାଧିକାରୀଙ୍କ ଆଧାର ନମ୍ବର ସହ ଲିଙ୍କ ହେବା…

Read More