Author: NAZMEEN PARWEEN

ସାଉଦି ଆରବ ଏଥର ହଜକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ସାଉଦି ଆରବର ନୂଆ ନିଷ୍ପତ୍ତି ମୁତାବକ, ଏବେ ହଜରେ ପିଲାମାନଙ୍କ ପ୍ରବେଶକୁ ନିଷେଧ କରାଯାଇଛି । ପ୍ରତିବର୍ଷ ହଜ୍ ସମୟରେ ବୃଦ୍ଧି ପାଉଥିବା ଭିଡ଼କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସାଉଦି ଆରବର ହଜ୍ ଏବଂ ଉମରା ମନ୍ତ୍ରଣାଳୟ କହିଛି । ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ହଜ୍ ଯାତ୍ରା କରିବାକୁ ବାରଣ କରାଯାଇଛି । ମନ୍ତ୍ରଣାଳୟ କହିଛି ଯେ ୨୦୨୫ରେ କେବଳ ପ୍ରଥମ ଥର ପାଇଁ ହଜ୍ କରିବାକୁ ଆସୁଥିବା ଲୋକଙ୍କୁ ପ୍ରାଥମିକତା ଦିଆଯିବ । ଭିଡ଼ ଯୋଗୁ ହେଉଥିବା ସମସ୍ୟାରୁ ପିଲାମାନଙ୍କୁ ରକ୍ଷା କରିବା ପାଇଁ ସେମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି । ହଜ୍ ୨୦୨୫ ପାଇଁ ପଞ୍ଜୀକରଣ ଆରମ୍ଭ କରାଯାଇଛି । ସାଉଦି ଆରବର ନାଗରିକ ତଥା ସେଠାକାର ବାସିନ୍ଦାମାନେ Nusuk app ଜରିଆରେ କିମ୍ବା ସରକାରୀ ଅନଲାଇନ୍ ପୋର୍ଟାଲ୍…

Read More