What's Hot
Author: NAZMEEN PARWEEN
ଝାରସୁଗୁଡ଼ା ବିମାନ ବନ୍ଦରରେ ଏନସିସି କ୍ୟାଡେଟଙ୍କ ପାଇଁ ଏକ ବିମାନ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ସୋମବାର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଏନସିସି ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଗୁରବୀରପାଲ ସିଂହଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡ଼ା ବିମାନ ବନ୍ଦରରେ ବିମାନ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଦେଢ଼ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ଏହାବ୍ୟତୀତ ରାଜ୍ୟର ଏନସିସି କ୍ୟାଡେଟଙ୍କ ପାଇଁ ୩ଟି ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି। କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ଏହି ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ। ଏଥିପାଇଁ କଟକ ଓ ବ୍ରହ୍ମପୁରରେ ୫ ଏକର ଜମି ଚିହ୍ନଟ ହୋଇସାରିଥିବା ବେଳେ ସମ୍ବଲପୁରରେ ୧୦ ଏକର ଜମି ଆବଣ୍ଟନ କରାଯିବ। ବୈଠକରେ ଓଡ଼ିଶାରେ…
