Author: Purva Paksha

କୁଆଡେ ଗଲେ ବିଜେଡ଼ିର କୁହାଳିଆ ମୁଖପାତ୍ର । ମୁଖପାତ୍ରଙ୍କ ମୁହଁରେ ଲାଗିଛି ତାଲା । ପୂର୍ବରୁ ବିଜେଡ଼ି ସରକାର ସମୟରେ ବିଭିନ୍ନ ପ୍ରସଙ୍ଗରେ ଆସି ରଡ଼ି ଛାଡୁଥିବା ବେଳେ ଏବେ ସେମାନଙ୍କ ମୁହଁରେ ଏକ ଦମ୍ ତୁଣ୍ଡି ପଡ଼ିଯାଇଛି । ଆଉ ଶଙ୍ଖଭବନରେ ସେମାନଙ୍କ ପାଟି ଶୁଭୁନି କି ପ୍ରେସ ମିଟ କରି ଆଉ ବିଜେପି ଉପରେ ବର୍ଷୁନାହାଁନ୍ତି । ବିଜେଡ଼ି ହାରିବା ପରେ ସେମାନଙ୍କ ରଡ଼ି ଛାଡ଼ିବା ଏକ ରକମର ବନ୍ଦ ହୋଇଯାଇଛି ଯେମିତି । ତେବେ ଆମେ କହୁଛୁ ବିଜେଡ଼ି ସରକାର ସମୟରେ କିଛି ଆଗ ଧାଡ଼ିର ମୁଖ ପାତ୍ରଙ୍କ କଥା । ସେମାନଙ୍କ ମଧ୍ୟରେ ଲେନିନ ମହାନ୍ତି ,ଇସ୍ପିତା ସାହୁ ,ସୋୟମ ପ୍ରକାଶ ମହାପାତ୍ର ,ସସ୍ମିତ ପାତ୍ର । ନିର୍ବାଚନ ସମୟରେ ଏମାନେ ମିଡିଆ ଆଗରେ ବିଭିନ୍ନ ସମୟରେ ତଥ୍ୟ ରଖୁଥିବା ବେଳେ ହାରିବା ପରେ ନବୀନଙ୍କ ଏମାନଙ୍କ ଉପରୁ ବୋଧେ ଭରସା ଉଠିଯାଇଥିବା ଚର୍ଚ୍ଚା ହେଉଛି…

Read More