Author: Purva Paksha

ରାଜ୍ୟ ବିଜେପିରେ ସବୁକିଛି ଠିକ୍‍ ଚାଲି ନାହିଁ। ଯେଉଁ ବିଜେପି ଦିନେ ବିଜେଡିର ‘ଚାଣକ୍ୟ’ ବୋଲାଉଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ଙ୍କ ବିରୋଧରେ ଅଭିଯୋଗମୂଳକ ପ୍ରଚାର କରି ଓଡ଼ିଆ ମତଦାତାଙ୍କ ମନରେ ନିଜେ ନିଜକୁ ବିକଳ୍ପଭାବେ ପରିଚିତ କରିଥିଲା, ଆଜି ସେହି ବିଜେପି ଆଶଙ୍କା ଭିତରେ। ଏଠାରେ ବି ନେତା ଓ କର୍ମୀମାନଙ୍କ ଆତ୍ମବିଶ୍ୱାସ ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି। ତଳୁ ଉପର ଯାଏ କେଉଁଠି କିଛି ନିଷ୍ପତ୍ତି ନା ଆଗକୁ ବଢ଼ୁଛି ନା ଘଟୁଛି। ଦୁଇ ଦଶନ୍ଧିର ଶାସନ ପରେ ବିଜେଡିରେ ଯେଉଁଭଳି ସ୍ଥିତାବସ୍ଥା ଜାରି ରହିଥିଲା, ସବୁକିଛି ସ୍ଥିର ହୋଇଯାଇଥିଲା; ଜଣଙ୍କ ହାତରେ ସବୁ ନିୟନ୍ତ୍ରଣ ନ୍ୟସ୍ତ ଥିଲା; ଏବେ ବିଜେପିର ଏକ ବର୍ଷ ଶାସନ ଭିତରେ ସେହି ଅବସ୍ଥା ସୃଷ୍ଟି ହୋଇଛି। ଅର୍ଥାତ୍‍ ରାଜ୍ୟ ବିଜେପିକୁ ବି ଗ୍ରାସ କରିଛି ପାଣ୍ଡିଆନ୍‍ ସିଣ୍ଡ୍ରୋମ୍‍। ଗତବର୍ଷ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା କରାଯିବା ସମୟରେ ଓଡ଼ିଶାରେ ବିଜେପି ଯେ…

Read More